fbpx

ପ୍ରେମିକକୁ ପ୍ରଥମେ କିସ୍ କଲା, ପରେ ସିଗାରେଟ୍ ଟାଣି ଗୁଳି ମାରିଦେଲା ପ୍ରେମିକା; କାରଣ ଜାଣି ହୋଇଯିବେ ତାଜୁବ୍

ନୂଆଦିଲ୍ଲୀ: ପ୍ରେମରେ ଥିଲେ ଯୁବକ-ଯୁବତୀ ମାନେ କେତେବେଳେ କେଉଁ ସୀମା ପାର୍ କରିଯାଆନ୍ତି ତାହା କେହି ଅନୁମାନ ବି କରିପାରନ୍ତି ନାହିଁ । ଏହି କ୍ରମରେ ପଶ୍ଚିମବଙ୍ଗରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସମାନାକୁ ଆସିଛି । ଏଠାରେ ଜଣେ ପ୍ରେମିକ ଦୂରେଇବାକୁ ଚେଷ୍ଟା କରୁଥିବା ଜାଣିବା ପରେ ଗୁଳି ମାରିଦେଇଛି ପ୍ରେମିକା । ଏହି ଘଟଣା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଆସିଛି । ୨୨ ବର୍ଷୀୟା ପ୍ରେମିକା ଉପରେ ନିଜର ପ୍ରେମିକକୁ ଗୁଳି ମାରିଥିବା ଅଭିଯୋଗ ଅଣାଯାଇଛି । ପୋଲିସ୍ କହିଛି ଯେ, ପ୍ରେମିକା ଜଣକ ବୟଫ୍ରେଣ୍ଡକୁ ପ୍ରଥମେ କିସ୍ କଲା ଏହାପରେ ତା ସହ ସିଗାରେଟ୍ ଟାଣିଲା । ଅଚାନକ ବୟଫ୍ରେଣ୍ଡକୁ ଗୁଳି କରିଦେଲା ।

ସୂଚନା ଅନୁସାରେ, ଯୁବତୀଙ୍କ ବୟସ ୨୨ ବର୍ଷ ହୋଇଥିବା ବେଳେ ଦୁହେଁ ୪ ବର୍ଷ ହେବ ରିଲେସନ୍ ରେ ଥିଲେ । କୁହାଯାଉଛି ଯେ, ଗୁଳିଟି ଯୁବକର ପେଟରେ ଆଂଶିକ ବାଜିଛି । ଗୁଳି ଚଳାଇବା ପରେ ଯୁବତୀ ଜଣକ ସେଠାରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲେ । ଯୁବକଙ୍କ ବିଶେଷ କିଛି କ୍ଷତି ହୋଇନାହିଁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୋଲିସ୍ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଛି । ଏହି ଘଟଣା ବୁଧବାର ଦିନ ରାତିରେ ହୋଇଛି । ଏନେଇ ଯୁବକ ଜଣକ ଥାନାରେ ଅଭିଯୋଗ କରିଥିଲେ ଯାହାଫଳରେ ଘଟଣା ସାମନାକୁ ଆସିଥିଲା ।

ପ୍ରାଥମିକ ତଦନ୍ତରୁ ପୋଲିସ୍ ଜାଣିବାକୁ ପାଇଛି ଯେ, ଯୁବକ-ଯୁବତୀ ମଧ୍ୟରେ କିଛି ମାସ ହେବ ଦୂରତା ବଢ଼ିଯାଇଥିଲା । ଏହି କାରଣରୁ ଉତକ୍ଷିପ୍ତ ମହିଳା ଯୁବକଙ୍କ ଡାକି ଗୁଳି କରିଦେଇଥିଲା । ପୋଲିସ୍ ବନ୍ଧୁକଟିକୁ ଜବତ କରିଛି ।

Get real time updates directly on you device, subscribe now.