fbpx

ଆଇପିଏଲ ୨୦୨୧ ଏଲିମିନେଟର: ଆଜି ଆରସିବି-କେକେଆର ମୁକାବିଲା, ଏମିତି ହୋଇପାରେ ଦୁଇ ଦଳ ପ୍ଲେଇଙ୍ଗ XI

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ନକଆଉଟ୍ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇ ସାରିଛି । ସୋମବାର ଏଲିମିନେଟର ମୁକାବିଲା ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ପଏଣ୍ଟ ତାଲିକାର ତୃତୀୟରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚତୁର୍ଥ ସ୍ଥାନରେ ଥିବା କୋଲକାତା ନାଇଟ୍ ରାଇଡର୍ସ । ସାରଜା ମଇଦାନରେ ଖେଲାଯିବାକୁ ଥିବା ଏହି ମ୍ୟାଚରେ ବିଜୟୀ ଦଳ ଦ୍ୱିତୀୟ କ୍ୱାଲିଫାୟରରେ ପହଞ୍ଚିବ ଏବଂ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ । କୋଲକାତା ଦୁଇ ଥରର ଚାମ୍ପିଅନ ହୋଇଥିବା ବେଳେ ବେଙ୍ଗାଲୁରୁ ନିଜର ପ୍ରଥମ ଟାଇଟଲ ସନ୍ଧାନରେ ରହିଛି ।

କେକେଆରର ପଲ୍ଲା ଭାରି

ଏହି ସିଜିନର ୟୁଏଇରେ ଖେଳାଯାଇଥିବା ମୁକାବିଲାରେ ବେଙ୍ଗାଲୁରୁ ତୂଳନାରେ କୋଲାକାତା ଉନ୍ନତ ପ୍ରଦର୍ଶନ କରିଛି । କେକେଆର ପ୍ରଥମ ମ୍ୟାଚରେ ଆରସିବିକୁ ୬୦ ବଲ ବାକି ଥାଇ ୯ ୱିକେଟରେ ମାତ୍ ଦେଇଥିଲା । ଏହି ମ୍ୟାଚରେ ବେଙ୍ଗାଲୁରୁ ଦଳ କେବଳ ୯୨ ରନରେ ଅଲଆଉଟ୍ ହୋଇଥିଲା । ଏହା ବ୍ୟତୀତ କେକେଆର ସାତ ମ୍ୟାଚରୁ ୫ଟିରେ ବିଜୟୀ ହୋଇଥିବା ବେଳେ ଆରସିବି ଚାରୋଟି ମ୍ୟାଚ୍ ଜିତିଛି ।
ଆଇପିଏଲରେ ଦୁଇ ଦଳ ମଧ୍ୟରେ ମୋଟ୍ ୧୯ ମ୍ୟାଚ୍ ଖେଳାଯାଇଛି । ଏଥିରୁ କୋଲକାତା ୧୬ ଏବଂ ବେଙ୍ଗାଲୁରୁ ୧୩ଟିରେ ବିଜୟୀ ହୋଇଛି । ଦୁଇ ଦଳ ମଧ୍ୟରେ ଗତ ପାଞ୍ଚଟି ମ୍ୟାଚରେ ଆରସିବି ଚାରି ଥର ଏବଂ କେକେଆର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ୟୁଏଇରେ ଉଭୟ ଦଳ ୪ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ କୋଲକାତା ଏବଂ ବେଙ୍ଗାଲୁରୁ ଦୁଇ ଦୁଇଟି ମ୍ୟାଚ୍ ଜିତିଛନ୍ତି ।

କେକେଆରର ତାକତ

କୋଲକାତାର ଓପନିଂ ଯୋଡି ଏବଂ ଟପ୍ ଅର୍ଡର ଫର୍ମରେ ଅଛନ୍ତି । ଭେଙ୍କଟେଶ ଆୟର ଓ ଶୁଭମାନ ଗିଲ୍ ଦଳକୁ ଦମଦାର ଆରମ୍ଭ ଦେଉଛନ୍ତି । ମଧ୍ୟ କ୍ରମରେ ନୀତିଶ ରାଣା ଓ ରାହୁଲ ତ୍ରିପାଠୀ ଏବଂ ପରେ ଦିନେଶ କାର୍ତ୍ତିକ ଇନିଂସ ସମ୍ଭାଳିବା ସହ ଫିନିଶର ଭୂମିକା ଭଲ ଭାବେ ନିର୍ବାହ କରୁଛନ୍ତି । କୋଲକାତାର ବୋଲିଂ ଆକ୍ରମଣ ମଧ୍ୟ ପ୍ରଭାବଶାଳୀ ରହିଛି । ଲୋକି ଫର୍ଗ୍ୟୁସନ, ଶିବମ ମାଭି, ଟିମ୍ ସାଉଦି ଦ୍ରୁତ ବୋଲିଂ ଆକ୍ରମଣ ସମ୍ଭାଳୁ ଥିବା ବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ଫିରକି ବିରୋଧୀ ଦଳକୁ ଅଡୁଆରେ ପକାଉଛି ।

ଆରସିବିର ତାକତ

ବେଙ୍ଗାଲୁରୁ ପାଇଁ ସବୁଠୁ ବଡ ତାକତ ଗ୍ଲେନ ମ୍ୟାକ୍ସୱେଲ ଦମଦାର ଫର୍ମ ଏବଂ ହର୍ଷଲ ପଟେଲଙ୍କ ବୋଲିଂ । ମ୍ୟାକ୍ସୱେଲ ଏହି ସିଜିନରେ ଦଳ ପକ୍ଷରୁ ସର୍ବାଧିକ ଛଅ ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି । ଅନ୍ୟପଟେ ହର୍ଷଲ ପଟେଲ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ।
ଦୁଇ ଦଳର ସମ୍ଭାବିତ ଏକାଦଶ

କୋଲକାତା ନାଇଟ୍ ରାଇଡର୍ସ

ଶୁଭମାନ ଗିଲ୍, ଭେଙ୍କଟେଶ ଆୟର, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଇଅନ ମୋର୍ଗାନ(ଅଧିନାୟକ), ଦିନେଶ କାର୍ତ୍ତିକ(ୱିକେଟ୍ କିପର), ସାକିବ ଉଲ ହାସନ, ସୁନିଲ ନାରିନେ, ଲୋକି ଫର୍ଗ୍ୟୁସନ, ବରୁଣ ଚକ୍ରବର୍ତ୍ତୀ, ଶିବମ ମାଭି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡିକଲ, ଶ୍ରୀକର ଭରତ(ୱିକେଟ୍ କିପର), ଗ୍ଲେନ ମ୍ୟାକ୍ସୱେଲ, ଏବି ଡିଭିଲିୟର୍ସ, ଡେନ କ୍ରିଷ୍ଟିୟାନ, ଶାହବାଜ ଅହମ୍ମଦ, ଜର୍ଜ ଗାର୍ଟନ/କାଇଲ ଜେମିସନ, ମହମ୍ମଦ ସିରାଜ, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ ।

Get real time updates directly on you device, subscribe now.