fbpx

WTC: ବିଶ୍ୱ ଟେଷ୍ଟ ଚାମ୍ପିୟନସୀପରୁ ବାଦ୍ ପଡ଼ିଲେ କେ.ଏଲ୍ ରାହୁଲ, ଟିମ୍ ଇଣ୍ଡିଆରେ ସାମିଲ ହେଲେ ଇଶାନ କିଶାନ

ନୂଆଦିଲ୍ଲୀ: ଭାରତୀୟ ଦଳର ଯୁବ ୱିକେଟ୍ କିପର ଇଶାନ କିଶାନଙ୍କୁ ଆହତ କେଏଲ୍ ରାହୁଲଙ୍କ ବଦଳ ଖେଳାଳି ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନସୀପ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ଆଇପିଏଲ୍ ମ୍ୟାଚ୍ ସମୟରେ ଆହତ ହେବାରୁ ରାହୁଲ ବିଶ୍ୱ ଟେଷ୍ଟ ଚାମ୍ପିୟନସୀପ ଏବଂ ଆଇପିଏଲ୍‌ରୁ ବାଦ୍ ପଡ଼ିଛନ୍ତି। ଆଇପିଏଲ୍‌ରେ କେ.ଏଲ୍ ରାହୁଲ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ର ଅଧିନାୟକ ଥିଲେ।

୧ ମେ’ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ, ତାଙ୍କର ଜଙ୍ଘରେ ମାଂଶପେସୀ ଟାଣି ହୋଇଯାଇଥିଲା । ସେହିପରି ଦ୍ରୁତ ବୋଲର ଜୟଦେବ ଉନାଡକଟଙ୍କ ଆଘାତ ଉପରେ ମଧ୍ୟ ଧ୍ୟାନ ରଖାଯାଇଛି । ସେ ବର୍ତ୍ତମାନ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିହାବ ପ୍ରୋସେସ୍‌ରେ ଅଛନ୍ତି । ସେହିଭଳି ସୂର୍ଯ୍ୟକୁମାର ଯାଦବଙ୍କ ସମେତ ତିନି ଷ୍ଟାଣ୍ଡବାଇ ଖେଳାଳୀ ଭାରତୀୟ ଟିମ୍ସହିତ ଯାତ୍ରା କରିବେ ।

ସୋମବାର ବିସିସିଆଇ ବିଶ୍ୱ ଟେଷ୍ଟ ଚାମ୍ପିୟନସୀପ ପାଇଁ ଷ୍ଟାଣ୍ଡବାଇ ଖେଳାଳି ଘୋଷଣା କରିଛି । ଗତ ଘରୋଇ ସିଜିନ ଏବଂ ଚଳିତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ରୁତୁରାଜ ଗାଇକ୍ୱାଡ୍‌, ଦିଲ୍ଲୀ କ୍ୟାପିଟାଲ୍ସର ମୁକେଶ କୁମାର ଏବଂ ୩୬୦ ଡିଗ୍ରୀ ପ୍ଲୟାର ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଷ୍ଟାଣ୍ଡବାଇ ଖେଳାଳି ଭାବେ ସାମିଲ କରାଯାଇଛି ।

ଇଶାନ କିଶାନଙ୍କୁ ଦଳରେ ଉଇକେଟ୍ କିପର ଭାବେ ସାମିଲ କରାଯାଇଛି । କେ.ଏଲ ରାହୁଲ ଯଦି ପ୍ଲେଇଁ ଇଲେଭେନ୍‌ରେ ସ୍ଥାନ ପାଇଥାନ୍ତେ ତେବେ ୱିକେଟ୍ କିପର ଭାବେ ହିଁ ଖେଳିଥାନ୍ତେ । ତେବେ ରାହୁଲ ଆହତ ହେବା ପରେ କେ.ଏସ୍ ଭରତ ଏକମାତ୍ର ସ୍ପେସାଲିଷ୍ଟ ଉଇକେଟ କିପର ଭାବେ ଟିମ୍‌ରେ ରହିଥିଲେ ।

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ.ଏସ୍ ଭରତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷାର ପଟେଲ, ଶାର୍ଦ୍ଦୁଲ ଠାକୁର, ଏମ. ଶାମି, ଏମ. ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ଇଶାନ କିଶନ (ୱିକେଟ୍ କିପର)।

Get real time updates directly on you device, subscribe now.