fbpx
BJD SKY
BJD SKY

Ind vs Ban; ଅସମ୍ଭବ କ୍ୟାଚ ଧରିଲେ କେ.ଏଲ ରାହୁଲ: ଧୋନୀଙ୍କୁ ମନେ ପକାଇଲା ସାରା ଭାରତ

BJD

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଦମଦାର ଖେଳ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ପାକିସ୍ତାନକୁ ମାତ୍ ଦେବା ପରେ ଏବେ ବାଂଲାଦେଶ ସହ ମୁହାଁମୁହିଁ ହୋଇଛି । ତେବେ ଏହି ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ପଡ଼ିଆରୁ ଫେରି ଯାଇଥିଲେ । କିନ୍ତୁ ଏହି ଦୁଃଖକୁ ଭୁଲାଇ ବାଂଲାଦେଶୀ ବ୍ୟାଟରଙ୍କ ଉପରେ ଏହାର ପ୍ରତିଶୋଧ ନେଇଛି ଭାରତର ବୋଲିଂ ବିଭାଗ । ବାଂଲାଦେଶକୁ ୧୫୬ ରନରେ ଅଟକାଇ ବିଜୟ ଆଶାକୁ ବଢାଇଛି ରୋହିତ ସେନା । ତେବେ ଏହି ମ୍ୟାଚରେ ୱିକେଟ କିପର କେ.ଏଲ ରାହୁଲ ଏକ ଦମଦାର କ୍ୟାଚ ନେଇଛନ୍ତି । ଯାହା ଅସମ୍ଭବ ଲାଗୁଥିଲେ ମଧ୍ୟ ସେ ସମ୍ଭବ କରି ଦେଖାଇଛନ୍ତି ।

ପ୍ରଥମ ୩ଟି ମ୍ୟାଚରେ ଭାରତ ନିଜର ବୋଲିଂ ଏବଂ ବ୍ୟାଟିଂର କମାଲ ଦେଖାଇଥିବା ବେଳେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଫିଲ୍ଡିଂର ଯାଦୁ ଦେଖାଇଛନ୍ତି ଇଣ୍ଡିଆନ୍ ପ୍ଲେୟର । ତେବେ ଏହା ଭିତରେ ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏକ ଦମଦାର କ୍ୟାଚ ନେଇଛନ୍ତି । ୨୫ ତମ ଓଭରରେ ଆମ୍ନା ସାମ୍ନା ହୋଇଥିଲେ ମହମ୍ମଦ ସିରାଜ ଏବଂ ବାଂଲାଦେଶର ମିରାଜ । ୩ ରନ୍ କରି ମ୍ୟାଚରେ ଖେଳୁଥିବା ମିରାଜ ସିରାଜଙ୍କ ଗୋଟିଏ ବଲକୁ ଲେଗ୍ ସାଇଡରେ ଖେଳିବା ପାଇଁ ଚେଷ୍ଟା କରୁଥିଲେ । ମିରାଜଙ୍କ ବ୍ୟାଟ ଲାଗି ବଲ ବାଉଣ୍ଡ୍ରିକୁ ଯିବା ପୂର୍ବରୁ ମଝିରେ ଆସି ଯାଇଥିଲେ କେ.ଏଲ ରାହୁଲ । ନିଜ ବାମ ଆଡ଼କୁ ଡାଇଭ୍ କରି ଏକ ଅସମ୍ଭବ କ୍ୟାଚ ନେଇଛନ୍ତି ରାହୁଲ । ଟିକିଏ ସମୟ ପାଇଁ ଏହା ଚୌକା ଏବଂ ଅସମ୍ଭବ କ୍ୟାଚ ବୋଲି ମନେ ହେଉଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ରାହୁଲ ଏହାକୁ ସମ୍ଭବ କରି ଦେଖାଇଛନ୍ତି ।

ତେବେ ରାହୁଲଙ୍କ ଏହି କ୍ୟାଚ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କଥା ମନେ ପକାଇ ଦେଇଛି । ଟିମ ଇଣ୍ଡିଆରେ ଧୋନୀ ମଧ୍ୟ ଏଭଳି କ୍ୟାଚ ନେବାରେ ଖୁବ ମାହିର ଥିଲେ । ତେବେ ଧୋନୀଙ୍କ ପରେ ଭାରତ ତାଙ୍କ ଜଣେ ୱିକେଟକିପର ଖୋଜିବାରେ ଲାଗିଛି । ତେବେ ବିଶ୍ୱକପ ପୂର୍ବରୁ ରାହୁଲଙ୍କ ୱିକେଟ କିପିଙ୍ଗ ଦକ୍ଷତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ରାହୁଲଙ୍କ ଏହି କ୍ୟାଚ ସମସ୍ତଙ୍କୁ ଚୁପ କରାଇ ଦେଇଛି । ରାହୁଲଙ୍କ ବ୍ୟତୀତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏକ ଅବିଶ୍ୱସନୀୟ କ୍ୟାଚ ଧରିଛନ୍ତି ।

Get real time updates directly on you device, subscribe now.