fbpx

ଘି-କୁଆଁରୀ ଚାଷ: କମ୍ ନିବେଶରେ ଆୟ କରନ୍ତୁ ୫ ଗୁଣା, ଜାଣନ୍ତୁ ଡିଟେଲ

Advertisement

ଘି-କୁଆଁରୀ ବା ଆଲୋଭେରାର ଉପଯୋଗ ଚିକିତ୍ସା ଏବଂ କସମେଟିକ୍ସ ପ୍ରୋଡକ୍ଟ ତିଆରିରେ କରାଯାଇଥାଏ । ଏମିତିରେ ଯେଉଁମାନେ ଚାଷ କରିଥାନ୍ତି ସେମାନଙ୍କୁ ଭଲ ଲାଭ ମଧ୍ୟ ମିଳିଥାଏ । ଏଥିପାଇଁ କେବଳ ଥରେ ନିବେଶ କରିବାକୁ ପଡ଼େ ଏବଂ ଏହି ଗଛରୁ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଲାଭ ହୋଇପାରିବ । ଘି-କୁଆଁରୀର ଚାହିଦା ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ରହିଛି ।

ଥରେ ଗଛ ଲଗାଇବା ପରେ ଆପଣ ଗଛରୁ ବାହାରିଥିବା ବେବି ପ୍ଲାଣ୍ଟକୁ ଅନ୍ୟ ସ୍ଥାନରେ ଲଗାଇପାରିବେ ଏହାଦ୍ୱାର ଆପଣଙ୍କ ପାଖରେ ଗଛ ସଂଖ୍ୟା ବଢ଼ିବ । ଗୋଟିଏ ଘି-କୁଆଁରୀ ଗଛ ୩ ରୁ ୪ ମାସ ମଧ୍ୟରେ ବେବି ପ୍ଲାଣ୍ଟ ଦେଇଥାଏ । କସମେଟିକ୍ସ ହେଉ କିମ୍ବା ଆୟୁର୍ବେଦିକ ସବୁ ସ୍ଥାନରେ ଘି-କୁଆଁରୀର ଚାହିଦା ରହିଛି । ତେଣୁ ଏମିତିରେ ଆପଣ ଆୟୁର୍ବେଦିକ ଔଷଧ ତିଆରି କରୁଥିବା କମ୍ପାନୀ କିମ୍ବା କସମେଟିକ୍ସ ପ୍ରୋଡକ୍ଟ ତିଆରି କରୁଥିବା କମ୍ପାନୀ ମାନଙ୍କୁ ଘି-କୁଆଁରୀ ର ପତ୍ର ବିକ୍ରି କରିପାରିବେ ।

ଘି-କୁଆଁରୀର ଅନେକ ପ୍ରଜାତି ଦେଖିବାକୁ ମିଳେ ଯେଉଁଥିରେ ଇଣ୍ଡିଗୋ ଯାହା ସାଧାରଣ  । ଏହାକୁ ଆପଣ ଘରେ ଦେଖିବାକୁ ମିଳିଯିବ । କିନ୍ତୁ ଏହାର ଆଲୋଭେରା ବାର୍ବାଡେନ୍ସୀସ ପ୍ରଜାତି ବେଶ୍ ଲୋକପ୍ରିୟ ଅଟେ । ଚାଷୀ ଏହାକୁ ଲଗାଇବାକୁ ପସନ୍ଦ କରିଥାନ୍ତି କାରଣ ଏହାର ପତ୍ର ବଡ଼ ହୋଇଥାଏ ଏବଂ ଏଥିରେ ଅଧିକ ଜେଲ୍ ରହିଥାଏ ।

ଯଦି ଏକ ଏକରରେ ଘି-କୁଆଁରୀ ଚାଷ କରାଯାଏ ତେବେ ପ୍ରତିବର୍ଷ ୨୦ ହଜାର କିଲୋଗ୍ରାମ ଘି-କୁଆଁରୀ ଉତ୍ପାଦନ ହୋଇଥାଏ । ଘି-କୁଆଁରୀର ଗୋଟିଏ ଗଛରୁ ଆପଣଙ୍କୁ ୩.୫ କିଲୋ ପତ୍ର ମିଳିଥାଏ ଏବଂ ଗୋଟିଏ ପତ୍ରର ମୂଲ୍ୟ ୫ରୁ ୬ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

ଆଲୋଭେରା ଚାଷ କରିବା ପାଇଁ ଫେବୃଆରୀରୁ ଅକ୍ଟୋବର-ନଭେମ୍ବର ପର୍ଯ୍ୟନ୍ତ ରହିଥାଏ । ଚାରା ଲଗାଇବା ସମୟରେ ପ୍ରତି ଚାରା ମଧ୍ୟରେ ୨ ଫୁଟର ବ୍ୟବଧାନ ରହିବା ଦରକାର ।

Get real time updates directly on you device, subscribe now.