fbpx
BSKY SKY
BSKY SKY

PUBG ବଦଳରେ ଆସୁଛି FAU-G ଗେମ ଆପ୍ , ଜାଣନ୍ତୁ ଏହି ସମ୍ପର୍କରେ

BSKY

ନୂଆଦିଲ୍ଲୀ, ୪ା୯: ଚୀନ ସହ ସୀମା ବିବାଦ ପରେ ଟିକ-ଟକ୍ ଭଳି ଗେମିଂ ଆପ୍ ପବ-ଜି କୁ ଭାରତରେ ବ୍ୟାନ କରାଯାଇଥିଲା । ପବ-ଜି ବ୍ୟାନ ହେବା ପରେ ପ୍ରତି ବଦଳରେ ସେହିପରି ଆଉ ଏକ ନୂଆ ଗେମ୍ ଆସୁଛି । ଯାହାର ନାମ ରହିଛି FAU-G।  ଏହି ଗେମରେ ପବ-ଜି ଭଳି ଆନନ୍ଦ ନେଇପାରିବେ ଖେଳାଳି । ଏହାସହ ଖେଳାଳି ଭାରତର ସୈନିକ ବଳିଦାନର କାହାଣୀ ବି ଜାଣିପାରିବେ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବଲିଉଡ଼ ଅଭିନେତା ଅକ୍ଷୟ କୁମାର । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଆହ୍ୱାନକୁ ସମର୍ଥନ ଜଣାଇ ଏହା ଘୋଷଣା କରିଛନ୍ତି । ସେଥିରୁ ଅର୍ଜିତ ଅର୍ଥରୁ ୨୦ ପ୍ରତିଶତ ଭାରତ କେ ଭିର୍ ଟ୍ରଷ୍ଟକୁ ପ୍ରଦାନ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଚୀନ ସହ ସୀମା ବିବାଦ ପରେ ଆଉ ଏକ ପଦକ୍ଷେପ ଗ୍ରହଣ କରିିଥିଲେ ଭାରତ ସରକାର । ଗତ ୨ ତାରିଖ ଦିନ ଗେମିଂ ଆପ୍ ପବ-ଜି ଭାରତରେ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ପବଜି ସମେତ ଆଉ ୧୧୮ ଚାଇନା ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର ।

Get real time updates directly on you device, subscribe now.