fbpx
BJD SKY
BJD SKY

ବାଦାମ, କିସମିସ ଆଉ ଆଖଡାରେ କୁସ୍ତି: ଜାଣନ୍ତୁ କମନୱେଲଥ ଗେମ ପାଇଁ ବଜରଙ୍ଗ ପୁନିଆଙ୍କ ପ୍ରସ୍ତୁତି

BJD

ନୂଆଦିଲ୍ଲୀ: ଆଜିଠୁ ବ୍ରିଟେନର ବର୍ମିଂହାମରେ ଆରମ୍ଭ ହୋଇଯାଇଛି କମନୱେଲଥ ଗେମ୍ସ ୨୦୨୨ । ଚଳିତବର୍ଷ ଭାରତ ତରଫରୁ ୨୦୦ରୁ ଅଧିକ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ପିଭି ସିନ୍ଧୁ, ମୀରାବାଇ ଚାନୁ ଏବଂ ରବି ଦହିୟାଙ୍କ ସମେତ ଅନେକ ଖେଳାଳି ଏଥର ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଦାବିଦାର ରହିଛନ୍ତି । ଏହାବ୍ୟତୀତ ଟୋକିଓ ଅଲିମ୍ପିକ ୨୦୨୦ର ବ୍ରୋଞ୍ଜ ପଦକ ବିଜେତା ତଥା କମନୱେଲଥ ଗେମ୍ସ ଏବଂ ଏସିଆନ ଗେମ୍ସ ୨୦୧୮ର ଗୋଲ୍ଡ ମେଡାଲିଷ୍ଟ ବଜରଙ୍ଗ ପୁନିଆଙ୍କ ଉପରେ ସମସ୍ତଙ୍କର ନଜର ରହିଛି ।

Tokyo Olympics wrestling: Bajrang Punia moves to quarter-final - Sports News

୬୫ କିଲୋ ଫ୍ରିଷ୍ଟାଇଲ କୁସ୍ତି ପାଇଁ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଗତ କିଛି ଦିନରୁ ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ମ୍ୟାଚରେ ଡାହାଣ ଆଣ୍ଠୁରେ ଆଘାତ ଲାଗିଯିବାରୁ ୬ ମାସ ପର୍ଯ୍ୟନ୍ତ ରିହାବ କରିଥିଲେ । ଏବଂ ଏବେ ସେ ପୁଣିଥରେ ମ୍ୟାଚ ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଏହି ପ୍ରତିଯୋଗିତା ପାଇଁ ସେ କେଉଁଭଳି ଭାବେ ପ୍ରସ୍ତୁତି କରିଥିଲେ ଆସନ୍ତୁ ଜାଣିବା ।

Chandigarh, International Wrestler Bajrang Punia Becomes World No 1  Wrestler - हारकर भी बनाया था रिकॉर्ड, अब बने दुनिया के नंबर 1 पहलवान, बजरंग  पूनिया की 5 अनकही बातें - Amar Ujala ...

ଭାରତ ପାଇଁ ମେଡାଲ ଆଣିବା ଲକ୍ଷ୍ୟରେ ନିଜ ଡାଏଟ ଉପରେ ଖୁବ ନଜର ରଖିଛନ୍ତି ପୁନିଆ । ଯାହାଫଳରେ ତାଙ୍କୁ ପ୍ରାକ୍ଟିସ ଏବଂ ପରଫୋରମାନ୍ସ ସୁଧାରିବା ପାଇଁ ସାହାଯ୍ୟ ମିଳିଥାଏ । ସକାଳୁ ପାଣି ପିଇ ନିଜ ଦିନର ଶୁଭାରମ୍ଭ କରିଥାନ୍ତି ବଜରଙ୍ଗ । ଏହାପରେ ବାଦାମ ଏବଂ କିସମିସ ଖାଇବା ସହିତ ଏକ୍ସରସାଇଜ ପରେ ପ୍ରୋଟିନ ଖାଇଥାନ୍ତି । ଏକ୍ସରସାଇଜରୁ ଘରକୁ ଫେରିବା ପରେ ସିଝା ଅଣ୍ଡା କିମ୍ବା ଆମ୍ଲେଟ ଖାଆନ୍ତି ପୁନିଆ । ତେବେ ପ୍ରତିଦିନ ୫୦୦ ଗ୍ରାମର ବାଦାମ ଏବଂ ୨୫୦ ଗ୍ରାମ କିସମିସ ତାଙ୍କ ଡାଏଟରେ ସାମିଲ ରହିଥାଏ ବୋଲି ପ୍ରକାଶ କରିଛନ୍ତି ଭାଇ ନବୀନ ପୁନିଆ ।

Bajrang Punia Workout & Diet Secret: The Ultimate Fitness Regime of Indian  Freestyle Wrestler (Watch Videos) | 🍏 LatestLY

ଏହାପରେ ମଧ୍ୟାହ୍ନରେ ସାଧା ଘର ଖାଦ୍ୟ ଯଥା ଭାତ, ଡାଲି, ରୁଟି ସହିତ ମିକ୍ସ ଭେଜ, ପନୀର ଇତ୍ୟାଦି ରହିଥାଏ । ସେହିପରି ସନ୍ଧ୍ୟାରେ ପ୍ରାକ୍ଟିସ ଏବଂ ଏକ୍ସରସାଇଜ ପରେ ପ୍ରୋଟିନ ଏବଂ ପରେ ରାତିରେ ଦିନ ଭଳି ଭୋଜନ କରିଥାନ୍ତି । ଏହାସହିତ ସକାଳ ଏବଂ ସନ୍ଧ୍ୟାରେ ୨/୩ ଘଣ୍ଟା ଲେଖାଏଁ ଏକ୍ସରସାଇଜ କରନ୍ତି ବଜରଙ୍ଗ ପୁନିଆ । ଜିମରେ ଏକ୍ସରସାଇଜ କରିବା ସହ ଆଖଡାରେ ମଧ୍ୟ କୁସ୍ତି ପ୍ରାକ୍ଟିସ କରୁଥିବା ତାଙ୍କ ଭାଇ କହିଛନ୍ତି । ତେବେ ଆହତ ସମସ୍ୟାକୁ ନଜରରେ ରଖି ବ୍ୟାୟାମ ଏବଂ କୁସ୍ତି ଅଭ୍ୟାସ କରୁଥିଲେ ବଜରଙ୍ଗ ପୁନିଆ ।

Get real time updates directly on you device, subscribe now.