fbpx

କମ୍ ଟଙ୍କାରେ ଅଧିକ ଫାଇଦା, ଜାଣନ୍ତୁ କିପରି ଚାଲୁଛି ପର୍ଣ୍ଣୋଗ୍ରାଫିର କଳା ଧନ୍ଦା

ନୂଆଦିଲ୍ଲୀ: ଭାରତରେ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟକୁ ବ୍ୟାନ୍ କରାଯାଇଛି । କଟକଣା ଲାଗୁ ହେବା ପରେ ମଧ୍ୟ ସମଗ୍ର ବିଶ୍ୱରେ ଆମେରିକା, ବ୍ରିଟେନ ପରେ ଭାରତରେ ସର୍ବାଧିକ ଅଶ୍ଲୀଳ କଣ୍ଟେଣ୍ଟର ଗ୍ରାହକ ରହିଛନ୍ତି । ନିକଟରେ ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡର ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ପତି ରାଜ କୁନ୍ଦ୍ରା ଗିରଫ ହେବା ପରେ ହଇଚଇ ସୃଷ୍ଟି ହୋଇଛି । ଏହି ମାମଲାରେ ଅନେକ ଲୋକଙ୍କୁ ପୋଲିସ ପଚରାଉଚରା କରିସାରିଛି । ଯାଞ୍ଚରୁ ଜଣାପଡ଼ିଛି ଯେ, ଭାରତରେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କମ୍ ଇନଭେଷ୍ଟ କରି ଅଧିକ ପ୍ରଫିଟ ମିଳିପାରୁଛି । ବଲିଉଡର ଅନେକ ଫିଲ୍ମ ପ୍ରଯୋଜକ ମହିଳା ମଡେଲଙ୍କୁ ମାୟା ଜାଲରେ ଫସାଇ ଏହି ଗୋଲକ ଧନ୍ଦା ଚଳାଉଛନ୍ତି ।

ତେବେ ଯୁବ ଅଭିନେତ୍ରୀମାନଙ୍କୁ ଆଣି ମୋଟା ଅଙ୍କର ଲୋଭ ଦେଖାଇ ଏହି ଧନ୍ଦାରେ ସାମିଲ କରାଯାଉଥିବା ଜଣେ କାଷ୍ଟିଙ୍ଗ ଡାଇରେକ୍ଟର ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ଅଭିନେତ୍ରୀଙ୍କୁ ବିନା କପଡ଼ାରେ ରହି ସମ୍ପୂର୍ଣ୍ଣ ଶରୀରକୁ ଦେଖାଇବାକୁ ପଡ଼ିଥାଏ । ଇଣ୍ଡଷ୍ଟ୍ରି ବାହାର ଲୋକଙ୍କ ପାଇଁ ଏହା ଖରାପ କାର୍ଯ୍ୟ ହୋଇପାରେ, ମାତ୍ର ଭିତର ଲୋକଙ୍କ ପାଇଁ ଏହା ସାଧାରଣ କଥା । ଶରୀରର ପାଦ ଠାରୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ ସବୁକିଛି ଅନାବୃତ୍ତ କରିବାକୁ ପଡ଼ିଥାଏ । ସେହି ଅନୁଯାୟୀ ପ୍ରାପ୍ୟ ପ୍ରଦାନ କରାଯାଇଥାଏ । ଗୋଟିଏ ଦିନ ସୁଟିଂ ପାଇଁ ପ୍ରତ୍ୟେକ ଅଭିନେତ୍ରୀଙ୍କୁ ୩୦ରୁ ୪୦ ହଜାର ଟଙ୍କା ଦିଆଯାଇଥାଏ ବୋଲି ସେ କହିଛନ୍ତି । ଆଉ ଜଣେ କାଷ୍ଟିଙ୍ଗ ଡାଇରେକ୍ଟର କହିଛନ୍ତି ଯେ, ଜଣେ ମଡେଲଙ୍କ ବିବାହ ଠିକ୍ ହୋଇଯାଇଥିବାରୁ ସେ କଣ୍ଟେଣ୍ଟକୁ ଆପରୁ ଡିଲିଟ କରିବା ପାଇଁ ଅନୁରୋଧ କରିବା ସହ ପ୍ରତି ମାସରେ ୨ ହଜାର ଟଙ୍କା ଦେବାକୁ ମଧ୍ୟ ରାଜି ହୋଇଥିଲେ। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ହେଉଥିବା ଫିଲ୍ମର ପ୍ରଫିଟ ପାଇଁ ଅନ୍ୟ ଉପାୟ ନଥିବାରୁ ତାହାକୁ ବିଭିନ୍ନ ସାଇଟରେ ଅପଲୋଡ୍ କରାଯାଇଥାଏ ବୋଲି ସେ କହିଥିଲେ ।

ଭାରତରେ ପର୍ଣ୍ଣ ଦେଖିବା ନେଇ କୌଣସି କାନୁନଗତ ନିୟମ ନାହିଁ । ମାତ୍ର ଅଶ୍ଲୀଳ ଫିଲ୍ମର ନିର୍ମାଣ, ପ୍ରକାଶନ ଓ ବିତରଣ ନେଇ କଟକଣା ରହିଛି । ଧାରା ୨୯୩ ଅନୁସାରେ, ୨୦ ବର୍ଷରୁ କମ୍ ବୟସ୍କଙ୍କୁ କୌଣସି ପ୍ରକାର ଅଶ୍ଲୀଳ ସାମଗ୍ରୀ ବିତରଣ କରିବା ଉପରେ ରୋକ ଲାଗିଛି । ପର୍ଣ୍ଣୋଗ୍ରାଫି ହେଉଛି କମ୍ ଇନଭେଷ୍ଟମେଣ୍ଟରେ ଅଧିକ ପ୍ରଫିଟ ଦେଉଥିବା ଏକ ଭଲ ବ୍ୟବସାୟ ବୋଲି ମୁମ୍ବାଇର ଜଣେ ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି । ୧୬ରୁ ୨୦ ମିନିଟର ଆଉଟପୁଟ କଣ୍ଟେଣ୍ଟ ପାଇଁ ୨.୭ ଲକ୍ଷ ଦିଆଯାଇଥାଏ ବୋଲି ସେ କହିଥିଲେ । ଅଶ୍ଲୀଳ ଫିଲ୍ମ ନିର୍ମାଣ ସମୟରେ କୌଣସି ପ୍ରମାଣ ଛଡ଼ା ଯାଏ ନାହିଁ । ପୂର୍ବରୁ ଆର୍ଟିଷ୍ଟଙ୍କୁ କାହାଣୀର ଆବଶ୍ୟକତା ବିଷୟରେ କୁହାଯାଇଥାଏ । ମୁମ୍ବାଇର ଜଣେ ଡାଇରେକ୍ଟର ଏହିପରି ୫୦ଟି ସିରିଜର ପ୍ରଡକ୍ସନ କରିଥିବା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.