fbpx

ଆପଣଙ୍କ ପାନ୍ କାର୍ଡର ହେଉନି ତ’ ଦୂରପଯୋଗ, ଏଭଳି କରନ୍ତୁ ଚେକ୍

Advertisement

ନୂଆଦିଲ୍ଲୀ: ପାନ୍ କାର୍ଡ କୌଣସି ଆର୍ଥିକ ନେଣଦେଣ ପାଇଁ ଏକ ଜରୁରୀ ଦସ୍ତାବେଜ । ପାନ୍ ର ୧୦ ଡିଜିଟ୍ କୋଡରେ ପାନ୍ ଧାରକଙ୍କ କିଛି ମହତ୍ୱପୂର୍ଣ୍ଣ ସୂଚନା ରହିଥାଏ । ତେବେ ବର୍ତ୍ତମାନ ପାନ୍ କୁ ନେଇ ବିଭିନ୍ନ ଘୋଟାଲା ସମ୍ବନ୍ଧରେ ଘଟଣା ଦେଖିବାକୁ ମିଳୁଛି । ପାନ୍ କାର୍ଡ ଘୋଟାଲାରେ ପାନ୍ ସୂଚନାର ଉପଯୋଗ କରାଯାଇଥାଏ ଏବଂ ପୀଡ଼ିତଙ୍କ ନାଁରେ ଋଣ ମଧ୍ୟ ଉଠାଯାଏ ଆଉ ତାହା ପୁଣି ଅଗୋଚରରେ ।

ତେବେ କିପରି ବଞ୍ଚିବେ ପାନ୍ କାର୍ଡ ଫ୍ରଡରୁ:

– ନିଜ ପାନ୍ କାର୍ଡର ବ୍ୟବହାର ସେହି ସ୍ଥାନରେ କରନ୍ତୁ ଯେଉଁଠାରେ ଆବଶ୍ୟକ ।

-ଜନ୍ମତିଥି କିମ୍ବା ପୂରା ନାମ ବିବରଣୀ ସାର୍ବଜନିକ ଭାବରେ କିମ୍ବା ଅସୁରକ୍ଷିତ ଅନଲାଇନ ପୋର୍ଟାଲରେ ଭରନ୍ତୁ ନାହିଁ ।

– ଏହି ବିବରଣୀର ଉପଯୋଗ ଆୟକର ୱେବସାଇଟ ରେ ଆପଣଙ୍କ ପାନ୍ ନମ୍ବର ଖୋଜିବା ପାଇଁ ବ୍ୟବହାର କରାଯାଇପାରେ ।

– ନିଜର ଓରିଜିନାଲ ପାନ୍ କାର୍ଡ ଏବଂ ଫଟୋକପିକୁ ସୁରକ୍ଷିତ ରଖିନ୍ତୁ । ଦସ୍ତାବେଜ ଜମା କରିବା ସମୟରେ ନିଜର ଦସ୍ତଖତ କରନ୍ତୁ ।

– ଫିଜିକାଲ ଫଟୋକପି ଜମା କରିଥିବା ସ୍ଥାନରେ ନଜର ରଖନ୍ତୁ ।

– ନିୟମିତ ବ୍ୟବଧାନରେ ନିଜର କ୍ରେଡିଟ ସ୍କୋର ଚେକ୍ କରନ୍ତୁ ।

– ଯଦି ଆପଣ ନିଜ ମୋବାଇଲରେ ପାନ୍ କାର୍ଡ ଡିଟେଲ ରଖିଛନ୍ତି ତାକୁ ଡିଲିଟ୍ କରିଦିଅନ୍ତୁ ।

– ଆୟକର ରିଟର୍ଣ୍ଣ ଫର୍ମ ୨୬ ଏ ଆପଣଙ୍କ ପାନ୍ ସହ କରାଯାଇଥିବା ସମସ୍ତ ପ୍ରକାର ଆର୍ଥିକ ନେଣଦେଣର ରେକର୍ଡ ରଖିଥାଏ ତେଣୁ ଏହି ଫର୍ମ ଜରିଆରେ ପାନ୍ କାର୍ଡ ଡିଟେଲ ଯାଞ୍ଚ କରାନ୍ତୁ ।

Get real time updates directly on you device, subscribe now.