fbpx

ଏହି ସରକାରୀ ଯୋଜନାରେ ମିଳୁଛି ୩୦ ଲକ୍ଷ! ଜମା କରିବାକୁ ପଡିବ କେବଳ ୧୦,୧୦୦ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ୧୦,୧୦୦ ଟଙ୍କା ଜମା କରିବା ଉପରେ ଆପଣଙ୍କୁ ୩୦ ଲକ୍ଷ ଟଙ୍କା ଦେବେ ସରକାର । ଏଥିପାଇଁ ସରକାର ଏକ ଚିଠି ଜାରି କରିଛନ୍ତି । ତେବେ ଭାରତ ସରକାର ଓ ଅଶୋକ ସ୍ତମ୍ଭ ସହ ସର୍କୁଲେଟ ହୋଇଥିବା ଏକ ଚିଠିରେ ଦାବି କରାଯାଇଛି ଯେ, ଆପଣଙ୍କ ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କା ଡିପୋଜିଟ୍ କରାଯାଇଛି ।

ଚିଠିରେ ଆହୁରି କୁହାଯାଇଛି ଯେ, ଏହି ଟଙ୍କା ଏବେ ଆକାଉଣ୍ଟରେ ଦେଖାଯିବ ନାହିଁ, କାରଣ ଏବେ ପ୍ରୋସେସ୍ ଚାଲିଛି । ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ ୧୦,୧୦୦ ଟଙ୍କାର ପରମିସନ୍ ଚାର୍ଜ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପୂରା ଘଟଣା….

ତେବେ ଆଜିକାଲି ସାଇବର ଠକେଇ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ସାଇବର ଠକମାନେ ଅଧିକ ଚାଲାକ୍ ହୋଇଗଲେଣି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଚିଠି ପଛରେ ବି କୌଣସି ସାଇବର ଠକ ଥିବା ଜଣାପଡିଛି । ଏଥିରେ ଲୋକଙ୍କୁ ଏକ ସରକାରୀ ଯୋଜନାରେ ନାଁରେ ୩୦ ଲକ୍ଷ ଟଙ୍କା ଦେବାକୁ କୁହାଯାଉଛି ।

ସରକାରୀ ଏଜେନ୍ସି ପ୍ରେସ ଇନଫରମେସନ୍ ବ୍ୟୁରୋ (ପିଆଇବି) ଟ୍ୱିଟ୍ କରି ଏହି ସୂଚନା ଦେଇଛି । ପିଆଇବି ଫ୍ୟାକ୍ଟ ଚେକ୍ କହିଛି ଯେ, ଏହି ଚିଠିଟି ସମ୍ପୂର୍ଣ୍ଣ ନକଲି ଏବଂ କୌଣସି ସରକାରୀ ଯୋଜନା ସହିତ ଏହାର କୌଣସି ସମ୍ପର୍କ ନାହିଁ । ଏହା ସାଇବର ଠକର ଏକ ପ୍ଲାନ୍ । ଯଦି ଆପଣଙ୍କ ପାଖକୁ ଏପରି ଚିଠି ଆସୁଛି, ତେବେ ଦୟାକରି ଏହାକୁ ସେୟାର କରନ୍ତୁ ନାହିଁ । ଠକମାନେ ଲୋକଙ୍କୁ ଠକିବା ପାଇଁ ସରକାରୀ ଲେଟରର ନକଲ କରୁଛନ୍ତି ବୋଲି ପିଆଇବି କହିଛି ।

Get real time updates directly on you device, subscribe now.