fbpx

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ କାଜୁ ; ଫାଇଦା ବଦଳରେ ଭୋଗିବାକୁ ପଡିବ ଅନେକ ସମସ୍ୟା

କାଜୁ ଖାଇବାକୁ ଅନେକ ଲୋକେ ଭଲ ପାଇଥାନ୍ତି । କାରଣ ଏହା ପାଟିକୁ ଯେତେ ସ୍ୱାଦିଷ୍ଟ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଉପେଯାଗୀ ହୋଇଥାଏ । କାଜୁରେ ଭିଟାମିନ୍, ପ୍ରୋଟିନ୍, ଫାଇବର, ଫସଫରସ୍, ସେଲେନିୟମ୍, କ୍ୟାଲସିୟମ୍, ଆଇରନ୍, ଫାଇବର, ଫୋଲେଟ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଆଦି ଭରପୁର ମାତ୍ରାରରେ ରହିଥାଏ । ଯହା ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାକୁ ମଧ୍ୟ କୋମଳ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏପରି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ କାଜୁ ସେବନ କରିବାକୁ ବାରଣ କରାଯାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ବ୍ୟକ୍ତିମାନଙ୍କ ବିଷୟରେ…

ଏହି ବ୍ୟକ୍ତିମାନଙ୍କୁ ବାରଣ କାଜୁ ସେବନ:

ମାଇଗ୍ରେନ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତିମାନଙ୍କର ମୁଣ୍ଡ ବ୍ୟଥା କିମ୍ବା ମାଇଗ୍ରେନ ପରି ସମସ୍ୟା ଅଛି ସେହି ବ୍ୟକ୍ତିମାନେ କାଜୁ ସେବନ କରିବା ଉଚିତ ନୁହେଁ । କାରଣ କାଜୁରେ ଥିବା ଆମିନୋ ଏସିଡ୍ ଏହି ସମସ୍ୟାକୁ ଅଧିକ ବଢାଇ ଦେଇଥାଏ । ତେଣୁ ମାଇଗ୍ରେନ୍ ସମସ୍ୟା ଥିଲେ କାଜୁ ସେବନ ଠାରୁ ଦୂରେଇ ରୁହନ୍ତୁ ।

ପେଟ ଗ୍ୟାସ୍: କାଜୁରେ ଥିବା ଫାଇବର ସ୍ୱାସ୍ଥ୍ୟ ପାଇଁ ବହୁତ ଉପେଯାଗୀ ହୋଇଥାଏ । କିନ୍ତୁ ଅଧିକ ମାତ୍ରାରେ ଫାଇବର ଫେଟ
ଫୁଲିବା ବା ଗ୍ୟାସ ପରି ସମସ୍ୟାକୁ ଉତ୍ପନ କରିଥାଏ । ତେଣୁ ଏହିପରି ସମସ୍ୟା ଥିବା ବ୍ୟକ୍ତିମାନେ କାଜୁ ଖାଇବା ଉଚିତ୍ ନୁହେଁ ।

ମୋଟାପଣ: ଆପଣ ଯଦି ନିଜର ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତେବେ ଅଧିକ ମାତ୍ରାରେ କାଜୁ ସେବନ କରନ୍ତୁ ନାହିଁ । କାରଣ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, କାଜୁରେ ବହୁତ ମାତ୍ରାରେ କ୍ୟାଲୋରୀ ଥାଏ । ଯାହାକି ଶରୀରର ଓଜନ ବୃଦ୍ଧି କରିଥାଏ । ତେଣୁ ଯେଉଁ ବ୍ୟକ୍ତିମାନଙ୍କର ମୋଟପାଣ ସମସ୍ୟା ଅଛି ସେମାନେ କାଜୁ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ଉଚ୍ଚ ରକ୍ତଚାପ: କାଜୁରେ ବହୁତମାତ୍ରାରେ ସୋଡିୟମ ରହିଥାଏ । ଯାହାକି ଅଧିକ ମାତ୍ରାରେ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଏପରି ସ୍ଥିତିରେ ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଥାଏ ତା ହାଲେ ଆପଣ କାଜୁ ଖାଆନ୍ତୁ ନାହିଁ । କାରଣ ଏହା ଶରୀରରେ ସୋଡିୟମର ମାତ୍ରାକୁ ବୃଦ୍ଧି କରିଥାଏ ।ଫଳରେ ଶରୀରରେ ଉଚ୍ଚ ରକ୍ତଚାପ , ଚିନ୍ତା, ଏବଂ ହୃଦଘାତ ପରି ସମସ୍ୟା ସୃଷ୍ଟି କରେ ।

Get real time updates directly on you device, subscribe now.