fbpx

‘No-Fault-Divorce’ କ’ଣ: ବିନା କାରଣରେ ବି ସମ୍ପର୍କକୁ ସମାପ୍ତ କରିହେବ, ପାର୍ଟନରଙ୍କ ଠାରୁ ଅଲଗା ପାଇଁ ପ୍ରମାଣର ଆବଶ୍ୟକ ପଡ଼ିବନି?

ନୂଆଦିଲ୍ଲୀ: ଅଧିକାଂଶ ଦେଶରେ ଏବେ ତଲାକ ମାମଲା ବଢ଼ିବାରେ ଲାଗିଛି । ତେବେ ଆମେରିକାରେ ପ୍ରତିବର୍ଷ ସାଢ଼େ ୪ ମିଲିଅନ ବିବାହ ହେଉଥିବା ବେଳେ ସେଥିମଧ୍ୟରୁ ୫୦ ପ୍ରତିଶତ ସମ୍ପର୍କ ତଲାକ କାରଣରୁ ସମାପ୍ତ ହୋଇ ଯାଉଛି । ଡିଭୋର୍ସର ଏହି ପ୍ରକ୍ରିୟା ବହୁତ ଲମ୍ବା ହୋଇଥାଏ । ଜଣେ ଅନ୍ୟ ଜଣଙ୍କ ଉପରେ ଅଭିଯୋଗ ଲଗାଇ ଡିଭୋର୍ସ ପାଇଯାଇଥାଏ । କିଛି ଦେଶରେ ‘ନୋ-ଫଲ୍ଟ-ଡିଭୋର୍ସ’କୁ ମଞ୍ଜୁରୀ ଦେଉଥିବା ଦେଖାଯାଉଛି ।

ଯଦି ଜଣେ ପୁରୁଷ ବା ମହିଳା ପ୍ରତିପକ୍ଷଙ୍କ ଉପରେ କୌଣସି ଅଭିଯୋଗ କରନ୍ତି, ତେବେ ସେ ତାଙ୍କଠାରୁ ଡିଭୋର୍ସ ପାଇଯିବେ । ଏହି ମାମଲା ଯଦିଓ ସାରା ଦୁନିଆରେ ଦେଖିବାକୁ ନୂଆ, ତଥାପି ୧୦୦ ବର୍ଷ ତଳୁ ଏହା ଦେଖିବାକୁ ମିଳିଲାଣି । ୧୯୧୭ରେ ବଲଶେଭିକ କ୍ରାନ୍ତି ଅବସରରେ ଏପରି ଏକ ମାମଲା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଦେଶରେ ତଲାକ ନେବା ପାଇଁ କୌଣସି ନା କୌଣସି କାରଣ ଦେବାକୁ ପଡ଼ିଥାଏ । ସମସ୍ୟାର ସମାଧାନ ପାଇଁ ଫ୍ୟାମିଲି କୋର୍ଟ ପ୍ରୟାସ କରନ୍ତି । ମାତ୍ର ଏହା ସମ୍ଭବ ନହେଲେ ଶେଷରେ ତଲାକ ମିଳିଯାଇଥାଏ ।

ମାତ୍ର ‘ନୋ-ଫଲ୍ଟ-ଡିଭୋର୍ସ’ କ୍ଷେତ୍ରରେ ଏହି ସବୁ ସମସ୍ୟା ଦେଖିବାକୁ ମିଳିନଥାଏ । ଜଣେ ପାର୍ଟନର ଅନ୍ୟ ଜଣଙ୍କୁ ଧୋକ୍କା ଦେଇଥିବା, ମାନସିକ ନିର୍ଯାତନା ଦେଇଥିବା ନେଇ କୌଣସି ପ୍ରମାଣ ଦାଖଲ କରିବାର ଆବଶ୍ୟକତା ପଡ଼ିନଥାଏ । ତେବେ ଯେ ପର୍ଯ୍ୟନ୍ତ ଜଣେ ଅନ୍ୟ ଜଣଙ୍କର ଦୋଷ ବାହାର ନକରିବ, ସେ ପର୍ଯ୍ୟନ୍ତ ତଲାକ ମିଳି ପାରିବ ନାହିଁ । ଅଧିକ ମୁସ୍କିଲ ଯେପରି ନଆସିବ ସେଥିପାଇଁ କିଛି ଦେଶ ‘ନୋ-ଫଲ୍ଟ-ଡିଭୋର୍ସ’ ଥିଓରିକୁ ଆପଣାଉଥିବା ଦେଖାଯାଉଛି ।

ତେବେ ଯେଉଁ ସବୁ ଦେଶରେ ‘ନୋ-ଫଲ୍ଟ-ଡିଭୋର୍ସ’ ଲାଗୁ ହୋଇଛି, ସେନେଇ କିଛି ରିସର୍ଚ୍ଚ କରାଯାଇନାହିଁ । ତେଣୁ ଏହା ଆଗାମୀ ଦିନରେ ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହା ଲାଗୁ ହେଲେ ଅଧିକ ସଂଖ୍ୟକ ପୁରୁଷ ଓ ମହିଳାମାନେ ଅଧିକ ମାତ୍ରାରେ ଡିଭୋର୍ସ ନେବାରେ ସକ୍ଷମ ହେବେ । ଫଳରେ ପୁରୁଷ ଓ ନାରୀମାନେ ଏକା ହୋଇଯିବେ, ଯାହାର କୁପ୍ରଭାବ ସମାଜ ଉପରେ ପଡ଼ିବାରସମ୍ଭାବନା ରହିଛି ।

Get real time updates directly on you device, subscribe now.