fbpx

Rajasthan Politics: ୨୨ରେ ହୋଇଥିଲା ସୋନିଆ-ଗେହଲଟ ସାକ୍ଷାତ, ୨୫ରେ ହେଲା ଭୟଙ୍କର ବିସ୍ଫୋରଣ: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣାବଳୀ

Advertisement

ନୂଆଦିଲ୍ଲୀ: ଏବେ ସମଗ୍ର ଭାରତବର୍ଷର ନଜର ରାଜସ୍ଥାନର ରାଜନୀତି ଉପରେ ନିବଦ୍ଧ ରହିଛି । ରାତାରାତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କିପରି ବଦଳିଗଲେ, ଦଳୀୟ ହାଇକମାଣ୍ଡଙ୍କୁ ବେଖାତିର କିପରି କରିପାରିଲେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଏହି ଘଟଣାର ମୋଡ଼ ଆଗକୁ କୁଆଡ଼େ ଯିବ, ସେଇଟା ଅଲଗା କଥା । ମାତ୍ର ଦୁଇଦିନ ମଧ୍ୟରେ କ’ଣ ସବୁ ଘଟିଥିଲା ତାହା ଉପରେ ନଜର ପକାଇଲେ ଘଟଣାର ପ୍ରକୃତ ରହସ୍ୟ ବୁଝିହେବ ।

ଗତ ୨୨ ତାରିଖରେ ଗେହଲଟ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ । ମାତ୍ର ୨୫ ତାରିଖରେ ସୋନିଆଙ୍କ ଦ୍ୱାରା ପ୍ରେରତି ପର୍ଯ୍ୟବେକ୍ଷଙ୍କୁ ଭେଟିବାକୁ ଗେହଲଟ ମନା କରିଦେଇଥିଲେ । ଏଇଠୁ ଆରମ୍ଭ ହୋଇଥିଲା ଖେଳ । ଗେହଲଟ ଅଧ୍ୟକ୍ଷ ପଦରେ ବସିବେ ଓ ଏହାପରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଏକ ପ୍ରକାର ଚର୍ଚ୍ଚା ହୋଇଥିଲା । ‘ଏକ ବ୍ୟକ୍ତି ଏକ ପଦ’କୁ ନେଇ ଗେହଲଟ ନିରାଶ ହୋଇଥିଲେ । ପାଇଲଟ ମୁଖ୍ୟମନ୍ତ୍ରୀ ଆସନରେ ବସନ୍ତୁ ଏହାକୁ ଗେହଲଟ ସହଜରେ ହଜମ କରିପାରୁ ନଥିଲେ ।

୨୨ରେ ସୋନିଆ-ଗେହଲଟଙ୍କ ମଧ୍ୟରେ ଦୁଇଘଣ୍ଟା ଧରି ଆଲୋଚନା ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନିରପେକ୍ଷ ଓ ସ୍ୱତନ୍ତ୍ର ହେବ ବୋଲି ସୋନିଆ କହିଥିଲେ । ୨୩ରେ ଗେହଲଟ-ରାହୁଲଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅଧ୍ୟକ୍ଷ ହେବା ପରେ ସିଏମ୍ ପଦ ଛାଡ଼ିବାକୁ ପଡ଼ିବ ବୋଲି ରାହୁଲ ଗେହଟଲଙ୍କୁ କହିଥିଲେ । ଏହାପରେ ରାଜସ୍ଥାନରେ ପାଇଲଟ ମୁଖ୍ୟମନ୍ତ୍ରୀ ହେବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏହା ମଧ୍ୟରେ ଗେହଲଟଙ୍କ ପାଖାପାଖି ୮୨ ଜଣ ସମର୍ଥିତ ବିଧାୟକ ଇସ୍ତଫା ଦେଇଥିଲେ । ଏହାପରେ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖାରଗେ ଜୟପୁର ପହଞ୍ଚିଥିଲେ ହେଁ ସେମାନଙ୍କ ସହ ଆଲୋଚନାକୁ ଏଡ଼ାଇ ଯାଇଥିଲେ ଗେହଲଟ ।

୨୫ ତାରିଖ ସକାଳେ ଅଶୋକ ଗେହଲଟଙ୍କ ସମର୍ଥକଙ୍କ ମଧ୍ୟରୁ ଜଣଙ୍କୁ ସିଏମ କରିବାକୁ ଦାବି କରାଯାଇଥିଲା । ଏହାପରେ ଗେହଲଟ ଜାଣିଶୁଣି ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ବାହାନା କରି ଚାଲିଯାଇଥିଲେ । ସେଠାରେ ତାଙ୍କ ଫୋନ୍ ଆଉଟ୍ ଅଫ୍ ରିଚ୍ ହୋଇଯିବା ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ଦୁଇ ପର୍ଯ୍ୟବେକ୍ଷକ ଜୟପୁର ପହଞ୍ଚିଥିଲେ ହେଁ ଗେହଲଟଙ୍କ ସହ ସାକ୍ଷାତ ସମ୍ଭବ ହୋଇ ପାରିନଥିଲା । ଏହାପରେ ଗେହଲଟଙ୍କ କ୍ୟାମ୍ପ ସନ୍ଧ୍ୟା ୫ଟାରେ ମିଟିଂ ଡକାଇଥିଲେ । ରାତି ୯ଟାରେ ଗେହଲଟଙ୍କ ସମର୍ଥିତ ୮୨ ଜଣ ବିଧାୟକ ଇସ୍ତଫା ଦେଇଥିଲେ ।

ରାତି ବାରଟାରେ ଦୁଇ ପର୍ଯ୍ୟବେକ୍ଷକ ସମସ୍ତ ଜଣ ଜଣ କରି ବିଧାୟକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନେ ଏହାକୁ ଅଗ୍ରାହ୍ୟ କରିବା ସହ ୩ଟି ସର୍ତ୍ତ ରଖିଥିଲେ । ଏହି ବୈଠକରେ ଅନୁଶାସନ ରହିଥିବା ନେଇ ପରେ ମାକେନ କହିଥିଲେ । ଏହାପରେ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ବରିଷ୍ଠ ନେତା କମଲନାଥଙ୍କୁ ହାଇକମାଣ୍ଡ ଦିଲ୍ଲୀ ଡକାଇଥିଲେ । ଏହି ସମ୍ପୂର୍ଣ୍ଣ ଘଟଣାର ଲିଖିତ ବିବରଣୀ ମାଗିଥିଲେ ସୋନିଆ ।

Get real time updates directly on you device, subscribe now.