fbpx

କୋଲେଷ୍ଟ୍ରଲ ଏବଂ ହୃଦଘାତ ସମସ୍ୟା ରହୁଛି କି ? ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ

ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଭୁଲ ଖାଦ୍ୟ ଶୈଳୀ ଆମକୁ ଅନେକ ସମୟରେ ବିଭିନ୍ନ ସମସ୍ୟାରେ ପକାଇଥାଏ । ଫଳରେ ଆମେ ଅନେକ ରୋଗର ଶିକାର ହୋଇଥାଉ । ଏହି ରୋଗମାନଙ୍କ ମଧ୍ୟରେ ହୃଦଘାତ ଏବଂ କୋଲେଷ୍ଟ୍ରଲ ଆଦି ସମସ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଉଛି । ବିଶେଶ କରି ଯୁବପିଢିମାନେ ଅଧିକ ମାତ୍ରାରେଏହି ଗୋରର ଶିକାର ହେଉଛନ୍ତି । ତେବେ ଆପଣଙ୍କୁ ଯଦି ଏହି ହୃଦଘାତ ଏବଂ କୋଲେଷ୍ଟ୍ରଲ ସମସ୍ୟା ଅଛି ତେବେ ଏପରି କିଛି ଖାଦ୍ୟ ଅଛି ଯାହା ଆପଣଙ୍କ ଶରୀରେ ଏହି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ସେହି ଖାଦ୍ୟ ଯାହାଦ୍ୱାରା ହୃଦଘାତ କୋଲେଷ୍ଟ୍ରଲ ଆଦି ସମସ୍ୟା ଦୁର ହୋଇଥାଏ ।

ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ:

ବିଭିନ୍ନ ପ୍ରକାର ଫଳ: ଫଳ ଖାଇବା ଦ୍ୱାରା ଆମର ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ । ଫଳରେ ଆମେ ସୁସ୍ଥ ରହିଥାଉ । ଏଥିସହିତ ଫଳରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଏବଂ ପୋଷକ ତତ୍ତ୍ୱ ଆଦି ଭରପୁର ମାତ୍ରାରେ ରହିଥାଏ । ଯାହାକି କୋଲେଷ୍ଟ୍ରଲ ଏବଂ ହୃଦଘାତ ଆଦି ସମସ୍ୟାକୁ ଦୂର କରିଥାଏ ।

ସବୁଜ ଜାତୀୟ ପନିପରିବା: ସବୁଜ ଜାତୀୟ ପନିପରିବା ଖାଇବା ଦ୍ୱାରା ଏହା ଶରୀରରେ ଥିବା ପ୍ରୋଟିନର ପରିମାଣକୁ ପୁରଣ କରିଥାଏ । ଯାହାଫଳରେ ଶରୀରେ ପ୍ରୋଟିନର ର ଅଭାବ ହୋଇନଥାଏ । ତେବେ ଆପଣ ଶରୀରକୁ ସୁସ୍ଥ ରଖିବା ପାଇଁ ଏବଂ ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ନିଜ ଖାଦ୍ୟରେ ସବୁଜ ପନିପରିବା, ବାଦାମ, ବିନ୍ସ, ଏବଂ ଲେମ୍ବୁ ଆଦି ସାମିଲ କରନ୍ତୁ ।

ତରଭୁଜ: ହୃଦୟକୁ ସୁସ୍ଥ ରଖିବା ପାଇଁ ତରଭୁଜ ଖୁବ୍ ଲାଭ ଦାୟକ ହୋଇଥାଏ । ଏଥିସହିତ ଏହା ମେଟାବୋଲିକକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ତରଭୁଜରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିବା ସହ ସେଥିରେ ଥିବା ଆମିନୋ ଏସିଡ ଧମନୀକୁ ଆରାମ ଦେଇଥାଏ । ଫଳରେ କୋଲେଷ୍ଟ୍ରଲର ଆଶଙ୍କା କମ ରହିଥାଏ । ଏତତ୍ ବ୍ୟତୀତ ତରଭୁଜରେ ଥିବା ପୋଟାସିୟମ , ପଲିଫେନୋଲ୍, ଲାଇକୋପିନ୍, ମ୍ୟାଗ୍ନେସିୟମ୍, ଆଦି ମିଳିଥାଐଏ । ଯାହା ଆମ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.