fbpx

ବୈଶାଖ ପୂର୍ଣ୍ଣିମାରେ କରନ୍ତୁ ଜଳଦାନ, ଜାଣନ୍ତୁ କ’ଣ ରହିଛି ମାହାତ୍ମ୍ୟ…

AAKASH

ବୈଶାଖ ମାସର ଶେଷ ଦିନ ବୈଶାଖ ପୂର୍ଣ୍ଣିମା ପାଳନ କରାଯାଏ । ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ନାମରେ ମଧ୍ୟରେ ଜଣାଯାଏ । ମାନ୍ୟତା ରହିଛି ଯେ ମହାତ୍ମା ବୁଦ୍ଧଙ୍କ ଜନ୍ମ ବୈଶାଖ ପୂର୍ଣ୍ଣିମା ଦିନ ହୋଇଥିଲା, ଏଥିପାଇଁ ଏହାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି କୁହାଯାଏ । ଏହି ଦିନ ଭଗବାନ ବୁଦ୍ଧ, ଭଗବାନ ବିଷ୍ଣୁ ଏବଂ ଭଗବାନ ଚନ୍ଦ୍ରଙ୍କ ପୂଜା ବିଧି ରହିଛି । ଏହି ଦିନ ଜଳ ଦାନ କରିବା ଦ୍ୱାରା ସବୁଠୁ ବଡ଼ ପୁଣ୍ୟ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ପୁଣ୍ୟ କାର୍ଯ୍ୟରେ ତ୍ରିଦେବଙ୍କ କୃପା ଲାଭ ହୋଇଥାଏ । ଏହି ଦିନ ମାଟିର ଜଳପୂର୍ଣ୍ଣ ପାତ୍ର ମନ୍ଦିରରେ ଦାନ କରନ୍ତୁ ।

ବୈଶାଖ ପୂର୍ଣ୍ଣିମା ଦିନ ଦାନ-ପୁଣ୍ୟ ଏବଂ ଧର୍ମ-କର୍ମ କରିବାର ବିଶେଷ ମତତ୍ତ୍ୱ ରହିଛି । ବୈଶାଖ ପୂର୍ଣ୍ଣିମା ଦିନ ଅନ୍ନ, ବସ୍ତ୍ର ଏବଂ ଧନ ଦାନ କରିବା ଶୁଭ ହୋଇଥାଏ । ମାନ୍ୟତା ରହିଛି ଯେ ପୂର୍ଣ୍ଣିମା ଦିନ ବ୍ରତ ପାଳନ ଏବଂ ଭଗବାନ ଶ୍ରୀ ହରି ବିଷ୍ଣୁ ଏବଂ ଚନ୍ଦ୍ରଙ୍କ ପୂଜା କଲେ ଜୀବନରୁ କଷ୍ଟ ଦୂର ହୋଇଥାଏ, ସୁଖ ଶାନ୍ତି ମିଳିଥାଏ । ବୈଶାଖ ପୂର୍ଣ୍ଣିମା ବ୍ରତ ପାଳନ ଦ୍ୱାରା ଅକାଳ ମୃତ୍ୟୁ ଭୟ ଦୂର ହୋଇଥାଏ ।

କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ବନ୍ଧୁ ସୁଦାମା ଯେତେବେଳେ ଦ୍ୱାରକା ପହଞ୍ଚିଥିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବୈଶାଖ ପୂର୍ଣ୍ଣିମା ବ୍ରତର ବିଧାନ କହିଥିଲେ । ଏହି ବ୍ରତ ପ୍ରଭାବରେ ସୁଦାମାଙ୍କ ଦରିଦ୍ରତା ଦୂର ହୋଇଥିଲା । ଏହି ଦିନ ଗଙ୍ଗା ସ୍ନାନ ବିଶେଷ ଲାଭଦାୟକ ହୋଇଥିଲା । ଏହି ଦିନ ସତ୍ୟନାରାୟଣ କଥା ପାଠ କରାଯାଏ । ବୈଶାଖ ପୂର୍ଣ୍ଣିମାରେ ଚିନି ଏବଂ ରାଶି ଦାନ କରିବା ଦ୍ୱାରା ଅଜାଣତରେ ହୋଇଥିବା ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.