fbpx
BJD SKY
BJD SKY

ଚାରିଧାମ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦୀୟ ବୟାନ ଦେଲେ ବିଜେପି ନେତା, କଂଗ୍ରେସ କହିଲା ଲୋକେ ସବୁ ଦେଖୁଛନ୍ତି

BJD

ଉତ୍ତରାଖଣ୍ଡ: ଚାରିଧାମ ଯାତ୍ରା ସମୟରେ ଭକ୍ତଙ୍କ ମୃତ୍ୟୁ ମୋକ୍ଷ ପ୍ରାପ୍ତି ପାଇଁ ହେଉଛି ବୋଲି ବିବାଦୀୟ ବୟାନ ଦେଇଛନ୍ତି ବିଜେପି ପ୍ରବକ୍ତା । ଏହି ବୟାନକୁ ନେଇ କଂଗ୍ରେସ ଏବେ ରାଜନିତୀ ଆରମ୍ଭ କରି ଦେଇଛି । କଂଗ୍ରେସ ଅଭିଯୋଗ କରିଛି ଯେ ସରକାରଙ୍କ ବିଫଳତାକୁ ଲୁଚାଇବା ପାଇଁ ବିଜେପି ଭୁଲ ତଥ୍ୟ ଦେଇ ଦ୍ୱନ୍ଦ୍ୱ ବିସ୍ତାର କରୁଛି। ଯାତ୍ରୀ ମାର୍ଗରେ ଅସୁସ୍ଥତା ହେତୁ ଭକ୍ତଙ୍କ ମୃତ୍ୟୁ ହୋଇଥାଇପାରେ, କିନ୍ତୁ ଏହା ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଏକ ପ୍ରତ୍ୟକ୍ଷ ପ୍ରଶ୍ନ ଚିହ୍ନ।

ବିଜେପି ମୁଖପାତ୍ର ଶାଦାମ ଶ୍ୟାମ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ସମୟରେ କହିଛନ୍ତି ଯେ, ଲୋକମାନେ ପରିତ୍ରାଣର ଇଚ୍ଛା ସହିତ ଚାରିଧାମ ଯାତ୍ରାରେ ଆସନ୍ତି । ସେଥି ପାଇଁ ସେମାନେ ନିଜର ରୋଗକୁ ଲୁଚଇ ଫିଟ୍ ଥିବା କୁହନ୍ତି । ତେବେ କଂଗ୍ରେସ ମିଛରେ ଏହି କଥାକୁ ନେଇ ରାଜନିତୀ କରୁଛି । ସରକାରୀ ସ୍ୱାସ୍ଥ୍ୟ ସେବା ଠିକ ଅଛି ବୋଲି ଶ୍ୟାମ କହିଛନ୍ତି। ସରକାର ମଧ୍ୟ ପ୍ରତ୍ୟେକ ଯାତ୍ରୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି ଏବଂ ଅସୁସ୍ଥତା ହେଲେ ତୁରନ୍ତ ଚିକିତ୍ସା ଯୋଗାଇ ଦେଉଛନ୍ତି ।

ତେବେ ଶ୍ୟାମଙ୍କ ଏହି ବୟାନ ପରେ ଗରୱାଲ ମଣ୍ଡଳ କଂଗ୍ରେସର ଦାୟିତ୍ୱରେ ଥିବା ମିଡିଆ ପ୍ରଭାରୀ କହିଛନ୍ତି ଯେ, ବିଜେପି ନେତା ଚିନ୍ତା କରିବାର କ୍ଷମତା ହରାଇଛନ୍ତି । ଚାରିଧାମ ଯାତ୍ରା ମାର୍ଗରେ ସ୍ୱାସ୍ଥ୍ୟ-ପରିବହନ ସେବା ଖରାପ ରହିଛି । ଯାତ୍ରୀମାନେ ବାଟରେ ହଇରାଣ ହେବାର ଖବର ଆସିଛି । ସରକାର ନିଜର ତ୍ରୁଟି ଲୁଚାଇବା ପାଇଁ ଅଜବ ଗଜବ ବୟାନ ଦେଉଛନ୍ତି । ତେବେ ଲୋକମାନେ ସବୁକିଛି ଦେଖୁଛନ୍ତି ବୋଲି ସେ କହିଛନ୍ତି ।

ସୂଚନା ମୁତାବକ ଚଳିତ ବର୍ଷ ଚାରିଧାମ ଯାତ୍ରାେରେ ଏପର୍ଯ୍ୟନ୍ତ ୩୨ ତୀର୍ଥଯାତ୍ରୀଙ୍କର ପ୍ରାଣ ଯାଇ ସାରିଲାଣି । ଚିନ୍ତରା ବିଷୟ ଏହି କି ଯେ, ସ୍ୱାସ୍ଥ୍ୟ ସହ ଅନ୍ୟ ସମସ୍ୟା ପାଇଁ ଏତେ ଯାତ୍ରୀଙ୍କର ଜୀବନ ଗଲାଣି । ୩୨ ଭକ୍ତଙ୍କର ମୃତ୍ୟୁ ପରେ ସରକାର ତୀର୍ଥଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ।

 

 

Get real time updates directly on you device, subscribe now.