fbpx

RRR ଓଟିଟି ରିଲିଜ୍, ଜାଣନ୍ତୁ କେବେ ଘରେ ବସି ଦେଖିପାରିବେ ଏହି ବ୍ଲକବଷ୍ଟର ଫିଲ୍ମ

ଏସଏସ ରାଜାମୌଲୀଙ୍କ ଫିଲ୍ମ RRR ବକ୍ସ ଅଫିସରେ ଇତିହାସ ରଚିଛି । ସାଉଥ ଅଭିନେତା ରାମ ଚରଣ, ଜୁନିୟର ଏନଟିଆରଙ୍କ ଦମଦାର ଅଭିନୟ ଯୋଗୁଁ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଛି । କରୋନା ମହାମାରୀ କାରଣରୁ ଫିଲ୍ମର ରିଲିଜ ଘୁଞ୍ଚାଯାଇଥିଲା, ଶେଷରେ ୨୫ ମାର୍ଚ୍ଚ ୨୦୨୨ ରେ ଫିଲ୍ମ ରିଲିଜ ହୋଇଥିଲା । ଆଉ ପୁଣିଥରେ ଏସ ଏସ ରାଜାମୌଲୀଙ୍କ ଏହି ନୂଆ ଫିଲ୍ମ ରଚିଥିଲା ଇତିହାସ । ଆଉ ଏବେ ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।

ଭାରତର ଏବେ ପର୍ଯ୍ୟନ୍ତ ତୃତୀୟ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଆରଆରଆର ୱାର୍ଲ୍ଡୱାଇଡ ୧୧୨୭ କୋଟି ଇନକମ କରିଛି । ତେବେ ଏବେ ଏହି ଫିଲ୍ମକୁ ଘରେ ବସି ଦେଖିପାରିବେ ଦର୍ଶକ । ଫିଲ୍ମ ହିନ୍ଦୀ ଭାଷା ସହ ତାମିଲ, ମଲୟାଲମ, କନ୍ନଡ଼, ଭାଷାରେ ମଧ୍ୟ ଓଟିଟି ରିଲିଜ ହେବ ।

ଏକ ରିପୋର୍ଟ ଅନୂଯାୟୀ ଆରଆରଆର ଜୀ ୫ ରେ ଡିଜିଟାଲ ରିଲିଜ ହେବ । ରିପୋର୍ଟ ଅନୂଯାୟୀ ଏହି ଫିଲ୍ମ ୨୦ ମେ ରେ ଓଟିଟିରେ ରିଲିଜ ହୋଇପାରେ । ଜୀ ୫ର ପ୍ରିମିୟର ସବୁ ସାଉଥ ଭାଷାରେ ହେବ ଏବଂ ଆରଆରଆରର ହିନ୍ଦୀ ଭର୍ଜନ ନେଟଫ୍ଲିକ୍ସରେ ସେହିଦିନ ହେବା ନେଇ ଅନୁମାନ କରାଯାଉଛି ।

କୁହାଯାଉଛି ଯେ ଖୁବଶୀଘ୍ର ଏହାକୁ ନେଇ ଅଫିସିଆଲ ଘୋଷଣା କରାଯିବ । ଜୁନିୟର ଏନଟିଆରଙ୍କ ଜନ୍ମଦିନ ମଧ୍ୟ ମେ ୨୦ । ତେବେ ଖୁବଶୀଘ୍ର ଆପଣ ଓଟିଟିରେ ଏହି ଫିଲ୍ମର ମଜା ଉଠାଇପାରିବେ ।

Get real time updates directly on you device, subscribe now.