fbpx

କରୋନାରେ ସଂକ୍ରମିତ ଅକ୍ଷୟ କୁମାର, କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଯିବେ ନାହିଁ

ମୁମ୍ବାଇ: କରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ୍ ଖିଲାଡ଼ି ଅକ୍ଷୟ କୁମାର । ଅକ୍ଷୟ ଏହି ବିଷୟରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିକଟରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ ନଯାଇ ପାରନ୍ତି । ସେ ଏ ଆର୍ ରହମାନ, ଶେଖର କପୁର, ପୂଜା ହଗଡେ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଭାରତୀୟ ନେତୃମଣ୍ଡଳୀର ପ୍ରତିନିଧିତ୍ୱ କରିବାର କାର୍ଯ୍ୟକ୍ରମ ରହିଛି ।

ଅକ୍ଷୟ ତାଙ୍କର ଟ୍ୱିଟ୍ ରେ କହିଛନ୍ତି ଯେ, ସେ ବହୁତ୍ ଅସୁସ୍ଥ ଅଛନ୍ତି । ତେବେ ବର୍ତ୍ତମାନ ସେ ଆରମ କରିବେ । ସେ କାନ୍ସ ଯଅଉଥିବା ପୂରା ଟିମ୍ କୁ ଶୁଭକାମନା ଜଣାଇଛନ୍ତି । କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୭ ରୁ ଆରମ୍ଭ ହେବ । ଅକ୍ଷୟ କହିଛନ୍ତି ଯେ ସେ କାନ୍ସ ୨୦୨୨ କୁ ଯାଉଥିବା ଆମର ସିନେମା ପାଇଁ ଆଗ୍ରହୀ ଥିଲେ । ଏହା ଦୁଖଃଦ ଘଟଣା ଯେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସୂଚନା ମୁତାବକ ପୁର୍ବରୁ ମଧ୍ୟ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ୨୦୨୧ ରେ ସେ ସଂକ୍ରମିତ ହୋଇଥିଲେ । ଆଗକୁ ଅକ୍ଷୟଙ୍କ ବହୁପ୍ରତିକ୍ଷିତ ଫିଲ୍ମ ପୃତୀରାଜ ଚୌହାନ ସିନେମା ଘରକୁ ଆସିବାକୁ ଯାଉଛି । ଏଥିରେ ସେ ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀ ଚ୍ଚିଲରଙ୍କ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରପ୍ରକାଶ ଦ୍ୱିବେଦୀ। ଏହା ୟଶ ରାଜ ବ୍ୟାନର ଦ୍ୱାରା ପ୍ରସ୍ତୁତ । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଏବଂ ମାନୁଷୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରୀତିରାଜ ଜୁନ୍ ୩ ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

 

 

Get real time updates directly on you device, subscribe now.