fbpx

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଜଣା ତଥ୍ୟ, ଯାହା ଉଡ଼ାଇଦେବ ଆପଣଙ୍କ ହୋସ୍

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତର ଏକ ଅଂଶ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ ଏହି ଦ୍ୱୀପପୁଞ୍ଜର ଅନେକ ତଥ୍ୟ ବିଷୟରେ ଅନେକଙ୍କୁ ଅଜଣା ଥିବ । ଆସନ୍ତୁ ଜାଣିବା ଏହି ଦ୍ୱୀପର ଏପରି କିଛି କୌତୁହଳପୂର୍ଣ୍ଣ ତଥ୍ୟ ବିଷୟରେ….

  • ଏଠାରେ ବସବାସ କରୁଥିବା ବାସିନ୍ଦାଙ୍କ ମଧ୍ୟରେ ଜାରବା ନାମକ ଏକ ଜନଜାତି ରହିଛନ୍ତି । ସେମାନେ ବାହାର ଲୋକଙ୍କ ସହ ଆଦୌ ମିଳାମିଶା କରନ୍ତି ନାହିଁ । ସେମାନଙ୍କର ସଂଖ୍ୟା ୫୦୦ରୁ କମ୍ ହେବ ବୋଲି ଜଣାପଡ଼ିଛି ।
  • ଏହି ଦ୍ୱୀପ ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଏଠାରେ ଏପରି ଅନେକ ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଆଜି ପର୍ଯ୍ୟନ୍ତ କେହି ପହଞ୍ଚି ପାରିନାହାନ୍ତି ।
  • ଏଠାରେ ସମୁଦାୟ ୫୭୨ଟି ଦ୍ୱୀପପୁଞ୍ଜ ରହିଥିବା ବେଳେ ମାତ୍ର ୩୬ଟିକୁ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ । ଅନ୍ୟ ଦ୍ୱୀପପୁଞ୍ଜ ଅନୁସନ୍ଧାନ କିମ୍ବା ସର୍ଭେ କାର୍ଯ୍ୟ ପାଇଁ ଅନୁମତି ମିଳିଥାଏ ।
  • ଏଠାରେ ମତ୍ସ୍ୟ ବ୍ୟବସାୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସେଥିପାଇଁ କୁହାଯାଏ, ପୃଥିବୀର ଅଳ୍ପ କେତେକ ସ୍ଥାନ ମଧ୍ୟରୁ ଏହା ହେଉଛି ଏକ ସ୍ଥାନ, ଯେଉଁଠାରେ ମତ୍ସ୍ୟମାନେ ନିଜର ଦୀର୍ଘ ଜୀବନ ବଞ୍ଚିବାର ସୁଯୋଗ ପାଇଛନ୍ତି ।
  • ଏଠାରେ ସାମୁଦ୍ରିକ କଇଁଛ ସର୍ବାଧିକ ମାତ୍ରାରେ ଦେଖାଯାଆନ୍ତି । ପୃଥିବୀର ସବୁଠାରୁ ବୃହତ ଓ କ୍ଷୁଦ୍ର କଇଁଛ ଏହି ସ୍ଥାନରେ ନିଜର ଆଶ୍ରୟସ୍ଥଳ କରିଛନ୍ତି ।
  • ପ୍ରଜାପତିଙ୍କ ପାଇଁ ଆଣ୍ଡାମାନ ହେଉଛି ‘ହାପି ଦ୍ୱୀପ’ । ନିକଟସ୍ଥ ଟ୍ରପିକାଲ ଦ୍ୱୀପପୁଞ୍ଜରୁ ଏଠାକୁ ବହୁସଂଖ୍ୟାରେ ପ୍ରଜାପତି ଆସିଥାନ୍ତି । ଏଠାରେ ବଙ୍ଗାଳୀ ଭଷାକୁ ଅଧିକାଂଶ ଲୋକେ ଜାଣିଛନ୍ତି । ଅଳ୍ପ କିଛି ଲୋକେ ହିନ୍ଦି, ତେଲୁଗୁ ଓ ତାମିଲ ଭାଷା ଜାଣିଛନ୍ତି ।
  • ଭାରତବର୍ଷରେ କେବଳ ଗୋଟିଏ ସକ୍ରିୟ ଆଗ୍ନେୟଗିରି ରହିଛି, ଯାହାକି ଆଣ୍ଡାମାନରେ ଅବସ୍ଥିତ । ପୋର୍ଟବ୍ଲେୟାରଠାରୁ ୧୩୫ କିମି ଦୂରରେ ଏହି ଆଗ୍ନେୟଗିରି ରହିଛି ।
  • ସୁଭାଷ ଚନ୍ଦ୍ର ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜକୁ ଜାପାନ ସାହାଯ୍ୟରେ ସୁଦୃଢ଼ କରିଥିଲେ । ସେ ଉତ୍ତର ଓ ଦକ୍ଷିଣ ଦ୍ୱୀପପୁଞ୍ଜକୁ ସହୀଦ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ ନାମରେ ନାମିତ କରିଥିଲେ ।

Get real time updates directly on you device, subscribe now.