fbpx

ବିବାହ ପାଇଁ ଲେହେଙ୍ଗା କିଣିବାକୁ ଚାହୁଁଛନ୍ତି କି? ଦିଲ୍ଲୀର ଏହି ୬ଟି ବଜାର ଆପଣଙ୍କୁ ଆଦୌ କରିବେ ନାହିଁ ନିରାଶ

ନୂଆଦିଲ୍ଲୀ: ବିବାହରେ ସବୁଠାରୁ କଷ୍ଟ କାମ ହେଲା କନ୍ୟା ପାଇଁ ଲେହେଙ୍ଗା ଖୋଜିବା । କାରଣ ଲାଟେଷ୍ଟ ଡିଜାଇନ୍ ର ଲେହେଙ୍ଗା ପିନ୍ଧିବାକୁ ଝିଅ ମାନେ ପସନ୍ଦ କରିଥାନ୍ତି । ହେଲେ ସେହିଭଳି ଲାଟେଷ୍ଟ ଡିଜାଇନ୍ ର ଲେହେଙ୍ଗା ଖୋଜିବା ପାଇଁ ଅନେକଙ୍କୁ କଷ୍ଟ କରିବାକୁ ପଡ଼ିଥାଏ । ତେବେ କେଉଁ ଟି ମିଳୁଛି ଡିଜାଇନର୍ ଲେହେଙ୍ଗା? ଦାମ୍ କେତେ? ବିବାହ ପାଇର୍ ସପିଂ କେଉଁଠି କରିବେ? ତେବେ ଚାଲନ୍ତୁ ଜାଣିବା ଏହିସବୁ ପ୍ରଶ୍ନର ଉତ୍ତର ।

ଚାନ୍ଦିନୀ ଚୌକ୍: ବିବାହ ପାଇଁ କିଣାକିଣି କରିବା ଥିଲେ ଲୋକଙ୍କ ପ୍ରଥମ ପସନ୍ଦ ହେଲା ଦିଲ୍ଲୀର ଚାନ୍ଦିନୀ ଚୌକ୍ । ଏଠାରେ ଆପଣ ମାନଙ୍କୁ କେବଳ ଡିଜାଇନର୍ ଲେହେଙ୍ଗା ନୁହେଁ ବରଂ ବିବାହ ସହ ଜଡ଼ିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଖୁବ୍ ସହଜରେ ମିଳିଯିବ । ତାହା ପୁଣି ବଜେଟ୍ ଭିତରେ । ଏଠାରେ ଆପଣ ମାନଙ୍କୁ କମ୍ ଦାମ୍ ରେ ସୁନ୍ଦର ସୁନ୍ଦର ଲେହେଙ୍ଗା ମିଳିଯିବ । ଆପଣ ମାନେ ଅନଲାଇନ୍ ରେ ଯେଉଁ ସବୁ ଲେହେଙ୍ଗା ଦେଖୁଛନ୍ତି ସେସବୁ ଆପଣଙ୍କୁ ଏଠାରେ ମିଳିଯିବ ।

ହୌଜ ଖାସ୍: ସାଉଥ୍ ଦିଲ୍ଲୀରେ ଥିବା ହୌଜ ଖାସ୍ ଫ୍ୟାସନ୍ ବୁଟିକ୍ସର ଗଡ଼ । ଏଠାରେ ଆପଣଙ୍କୁ ଖୁବ୍ ସୁନ୍ଦର ସୁନ୍ଦର ଲେହେଙ୍ଗା ମିଳିଯିବ । ଢ଼େର୍ ସାରା ବ୍ରାଇଡଲ୍ ସପ୍ ଏଠାରେ ରହିଛି । Ogaan, Ole Couture ଭଳି ଶୋ ରୁମ୍ ରହିଛି ଯେଉଁଠାରେ ଆପଣଙ୍କୁ ଢ଼େର୍ ସାରା ଲାଟେଷ୍ଟ ଲେହେଙ୍ଗା କଲେକ୍ସନ୍ ମିଳିଯିବ । କିନ୍ତୁ ଏଠାକାର ଲେହେଙ୍ଗା ଗୁଡ଼ିକର ଦାମ୍ ଖୁବ୍ ଅଧିକ ଓ ବାର୍ଗେନ ମଧ୍ୟ କରିବା କଷ୍ଟ ।

କରୋଲ ବାଗ: ବ୍ରାଇଡଲ୍ ସପିଂ ପାଇଁ କରୋଲ ବାଗ ହେଉଛି ତୃତୀୟ ସବୁଠାରୁ ଭଲ ବିକଳ୍ପ । ଏଠାରେ କନ୍ୟା ପାଇଁ ଲେହେଙ୍ଗା ଠାରୁ ଆରମ୍ଭ କରି ସୁଟ୍ ଓ ଶାଢ଼ୀ ମିଳିଯିବ । ଆପଣ ମାନଙ୍କୁ ଏଠାରେ ଖୁବ୍ ଭଲ କ୍ୱାଲିଟିର ଜିନିଷ ମିଳିବ ।

ଲଜପତ୍ ନଗର- ଲଜପତ ନଗର ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ବ୍ରାଇଡାଲ ଲେହେଙ୍ଗା ଅଛି । ଆପଣଙ୍କୁ ଏଠାରେ ପକେଟ୍ ଫ୍ରେଣ୍ଡଲୀ ମୂଲ୍ୟରେ ଭଲ ବ୍ରାଇଡାଲ୍ ଲେହେଙ୍ଗା ପାଇବେ ଜ୍ଝ ଲିବାସ୍ ଏବଂ ରୁଦ୍ରାକ୍ଷୀ ପରି ଅନେକ ଦୋକାନରେ ନିର୍ଦ୍ଦିଷ୍ଟ ମୂଲ୍ୟରେ ଭଲ ଲେହେଙ୍ଗା ଉପଲବ୍ଧ । ତଥାପି, ସେମାନଙ୍କର ମୂଲ୍ୟ ଏତେ ଅଧିକ ନୁହେଁ ଯେ ଆପଣ ନିରାଶ ହୋଇ ଫେରି ଆସିବେ ।

ଶାହପୁର ଜଟ- ଆପଣ ହାଉଜ୍ ଖାସ୍ ନିକଟରେ ଅବସ୍ଥିତ ଶାହପୁର ଜଟରେ ପାରମ୍ପରିକ ପୋଷାକଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ପୋଷାକ କିଣି ପାରିବେ । ରଙ୍ଗ, ଡିଜାଇନ୍ ଏବଂ ଶୈଳୀ ଦୃଷ୍ଟିରୁ, ଏହି ଡିଜାଇନର୍ମାନେ ଆପଣଙ୍କୁ ଆଦୌ ନିରାଶ କରିବେ ନାହିଁ । ତଥାପି, ଯଦି ଆପଣ ଲେହେଙ୍ଗା ପସନ୍ଦ କରିପାରୁନାହାନ୍ତି ତେବେ ଆପଣ ମଧ୍ୟ ଲେହେଙ୍ଗାକୁ ଆପଣଙ୍କ ଅନୁଯାୟୀ କଷ୍ଟୋମାଇଜ୍ କରିପାରିବେ ।

ସାଉଥ୍ ଏକ୍ସ – ଦିଲ୍ଲୀର ସବୁଠାରୁ ମହଙ୍ଗା ଏବଂ ଲୋକପ୍ରିୟ ବଜାର ମଧ୍ୟରୁ ସାଉଥ୍ ଏକ୍ସ ଗୋଟିଏ । କିନ୍ତୁ ଏହା ମଧ୍ୟ ମଧ୍ୟମ ପରିସରର ବଜେଟ୍ ସପିଂ ସ୍ଥଳ । ଏଠାରେ ଆପଣ ପ୍ରତ୍ୟେକ ବଜେଟ୍ ପାଇଁ ଲେହେଙ୍ଗା ପାଇବେ । ଲେହେଙ୍ଗା ଉପରେ ଡିଜାଇନର୍ମାନଙ୍କର କାମ ଦେଖି ଆପଣ ଖୁସି ହୋଇଯିବେ ।

Get real time updates directly on you device, subscribe now.