fbpx

କଟକଣା ଯୋଗୁଁ ଚାପରେ ରହୁଛନ୍ତି ଛୋଟ ପିଲା, ନୂଆ ସର୍ବେକ୍ଷଣରୁ ଆସିଲା ରାଜ୍ୟର ସାଙ୍ଘାତିକ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଅନ୍ୟ ରାଜ୍ୟ ତୁଳନାରେ କମ୍ ହୋଇଥିଲେ ବି ଏଥିରେ ଛୋଟପିଲାଙ୍କର ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡିଛି । ଏନେଇ ନିକଟରେ ହୋଇଥିବା ସର୍ବେକ୍ଷଣରୁ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ପ୍ରାୟ ୧୬ଟି ଜିଲ୍ଲାର ୮୪ଟି ବ୍ଲକରେ ୨୨୧୯ଟି ସ୍କୁଲ ଉପରେ ଏହି ସର୍ବେକ୍ଷଣ କରିଥିଲା ଆତ୍ମ ଶକ୍ତି ଟ୍ରଷ୍ଟ । ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ, ୭୩ ପ୍ରତିଶତ ସ୍କୁଲ ପିଲାଙ୍କର ମାନସିକ ସ୍ଥିତିରେ ଗଭୀର ପ୍ରଭାବ ପକାଇଛି କରୋନା କଟକଣା ।

ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିବା ଓ ଘରୁ ବାହାରିବା ଉପରେ କଟକଣା ଫଳରେ ଛୋଟପିଲାମାନେ ଚାପରେ ରହୁଛନ୍ତି । ସ୍କୁଲ ଯାଇନଥିବାରୁ ସାମାଜିକ ଚାପ ମଧ୍ୟ ବଢ଼ୁଛି । ଭୟ,ଆକ୍ରୋଶ ଓ ମାନସିକ ଚାପର ଶିକାର ହେଉଛଛନ୍ତି ଛୋଟ ପିଲା । ଅନୁଧ୍ୟାନରୁ ଜଣାପଡିଛି ଯେ, ୪୭.୩ ପ୍ରତିଶତ ପିଲା ଘର କାମରେ ପରିବାରକୁ ସହାୟତା କରୁଛନ୍ତି । ଯେତିକି ପିଲାଙ୍କୁ ନେଇ ସର୍ବେକ୍ଷଣ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୯୪.୩ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ । ଏପରିକି ୩୨.୨ ପ୍ରତିଶତ ଅନଲାଇନ କ୍ଲାସରେ ପାଠ ବୁଝିପାରୁନାହାନ୍ତି । ଫଳରେ ଛୋଟ ପିଲା ଚାପରେ ରହୁଥିବା ନୂଆ ସର୍ବେକ୍ଷଣରୁ ଜଣାପଡିଛି ।

Get real time updates directly on you device, subscribe now.