fbpx

ମମିତା ହତ୍ୟା ମାମଲା: ପୋଲିସକୁ ଛାତ୍ର କଂଗ୍ରେସର ଟମାଟୋ ମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ଜୋର ଧରିଛି । ପୂର୍ବରୁ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼ ହେଉଥିବା ବେଳେ ଆଜି ଭୁବନେଶ୍ୱରରେ ପୋଲିସ ଉପରକୁ ହୋଇଛି ଟମାଟୋ ମାଡ଼ । ମମିତା ଘଟଣାରେ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ନବୀନ ନିବାସ ସହ ଡିଜିପି କ୍ୟାମ୍ପ ଅଫିସ ଘେରାଉ କରିବାର ଉଦ୍ୟମ କରିଥିଲେ । ଏହା ପରେ ଛାତ୍ର କଂଗ୍ରେସ ପକ୍ଷରୁ ପୋଲିସ ଉପରକୁ ଟମୋଟୋ ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ବିକ୍ଷୋଭ ବେଳେ ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୋଲିସ ।

ଆଗାମୀ ଦିନରେ ବିଧାନସଭା ଘେରାଉ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଏହି ରାଲିରେ ସୁର ରାଉରରାୟ, ସତ୍ୟ ନାୟକ, ରଜତ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ । ଫରେର୍ଷ୍ଟ ପାର୍କ ନିକଟରେ କଂଗ୍ରେସ ରାଲିକୁ ଅଟାଇଥିବା ପୋଲିସ ସହ ଧସ୍ତାଧସ୍ତି ହେବା ସହ ପୋଲିସ ଉପରକୁ ଟମାଟୋ ମାଡ କରିଥିଲେ ଛାତ୍ର କଂଗ୍ରେସ କର୍ମୀ ।

Get real time updates directly on you device, subscribe now.