fbpx

ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ନିକ ନେମ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି ଏମିତି ଥିଲା ନାଁ

ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ । ତାଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ ଅନେକ କଥା ଏବଂ ଅନେକ ଘଟା ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏହିସବୁ ଭିତରେ ଟ୍ରେଣ୍ଡ କରୁଛି ତାଙ୍କ ନିକ ନେମ ‘ରୟ’ । ହୁଏତ ଏହି କଥା ଅଧିକାଂଶ ଲୋକେ ଜାଣି ନଥିବେ, କିନ୍ତୁ ରୟ ନାଁରେ ଆଣ୍ଡ୍ର୍ୟୁ ସାଇମଣ୍ଡସ ଥିଲେ ଖୁବ ପରିଚିତ । ତେବେ ଆସନ୍ତୁ ଜାଣିବା ଏହି ନାଁ ପଛର କାହାଣୀ ଏବଂ ରହସ୍ୟ ।

ଅଷ୍ଟ୍ରେଲିଆର ଏହି ଲିଜେଣ୍ଡଙ୍କୁ ପ୍ରଥମେ ରୟ ନାଁ ଦେଇଥିଲେ ତାଙ୍କ ପିଲାବେଳର କୋଚ । ପୂର୍ବ ବାସ୍କେଟ ବଲ ଖେଳାଳି ଲେରୟ ଲାଗାଗିନ୍ସଙ୍କ ପରି ଅବିକଳ ଦେଖା ଯାଉଥିଲେ ସାଇମଣ୍ଡସ । ତେଣୁ ତାଙ୍କ ନାଁ ଅନୁସାରେ, ସାଇମଣ୍ଡସଙ୍କ ନାଁ ରଖାଯାଇଥିଲା ରୟ । ଏହାପରେ କ୍ରିକେଟ ଜଗତରେ ମଧ୍ୟ ଏହି ନାଁରେ ସାଇମଣ୍ଡସ ଖୁବ ପରିଚୟ ପାଇଥିଲେ । ତେବେ ଲେରୟ ହେଉଛନ୍ତି ୧୯୮୧ରେ ଫେମସ ନେସନାଲ ବାସ୍କେଟବଲ ଲିଗର ଜଣେ ସଦସ୍ୟ ।

ତେବେ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟାର ଅଲରାଉଣ୍ଡର ସାଇମଣ୍ଡସ ଗତକାଲି ବିଳମ୍ବିତ ରାତିରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଳରେ ମୃତ୍ୟୁବରଣ କରିଛନ୍ତି ସାଇମଣ୍ଡସ । ତାଙ୍କ ମୃତ୍ୟୁରେ କେବଳ ଅଷ୍ଟ୍ରେଲିଆ ନୁହେଁ, ସାରା କ୍ରିକେଟ ଦୁନିଆକୁ ଏକ ଅପୂରଣୀୟ କ୍ଷତି ହୋଇଛି ।

Get real time updates directly on you device, subscribe now.