fbpx

ରଣବୀର ଆଲିଆଙ୍କ ବିବାହକୁ ପୂରିଲା ଏକ ମାସ, ଏମିତି ସେଲିବ୍ରେଟ୍ କଲେ ଷ୍ଟାର କପଲ

ଆଲିଆ ଭଟ୍ଟ ଏବଂ ରଣବୀର କପୂର ଗତ ମାସ ୧୪ ଏପ୍ରିଲରେ ନିଜ ପରିବାର ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କୁ ଉପସ୍ଥିତିରେ ବିବାହ କରିଥିଲେ, ଆଉ ବନିଥିଲେ ୭ ଜନ୍ମର ସାଥୀ । ଏହାରି ମଧ୍ୟରେ ତାଙ୍କର ବିବାହକୁ ପୂରିଛି ଏକ ମାସ ଶନିବାର ଏହି ଯୋଡ଼ି ସେମାନଙ୍କ ବିବାହର ଏକ ମାସ ପୂରା ହେବାକୁ ସେଲିବ୍ରେଟ କରିଛନ୍ତି ।

ବିବାହର ଏକ ମାସ ପୂରା ହେବା ଉପଲକ୍ଷେ ଆଲିଆଙ୍କ ଭଉଣୀ ଶାହୀନ ଭଟ୍ଟ ଇନଷ୍ଟାଗ୍ରାମରେ ରବିବାର ଆଲିଆ ଏବଂ ରଣୀବିରଙ୍କ ମେହେନ୍ଦୀ ସେରେମନୀ ଆଉ ରିସେପ୍ସନ ପାର୍ଟୀର କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି । ଶାହୀନ ଏହି ପୋଷ୍ଟକୁ ଶେୟାର କରି ଲେଖିଛନ୍ତି ଏହି ଏକ ମାସ ବଢ଼ିଆ ରହିଥିଲା । ତେବେ ଆଲିଆ ଏବଂ ରଣବୀର ନିଜର ବିବାହର ପ୍ରଥମ ମାସ ସେଲିବ୍ରେଟ କରିବା ପାଇଁ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ । ଆଲିଆ ଏବଂ ରଣବୀର ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ଉପସ୍ଥିତିରେ ବାନ୍ଦ୍ରା ସ୍ଥିତ ଘର ବାସ୍ତୁରେ ବିବାହ କରିଥିଲେ । ବିବାହ ପୂର୍ବରୁ ଉଭୟ ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ ।

ଉଭୟଙ୍କ ଫିଲ୍ମକୁ ନେଇ କହିଲେ, ରଣବୀର ଏବଂ ଆଲିଆ ଆୟାନ ମୁଖାର୍ଜୀଙ୍କ ଫିଲ୍ମ “ବ୍ରହ୍ମାସ୍ତ୍ର’ ରେନଜର ଆସିବାକୁ ଯାଉଛନ୍ତି । ୨୦୧୭ ରେ ଏହି ଫିଲ୍ମରେ କାମ ଆରମ୍ଭ କରିବା ପରଠାରୁ ହିଁ ଉଭୟ ପରସ୍ପରକୁ ଡେଟ କରୁଥିବା ନେଇ କୁହାଯାଉଥିଲା । ତେବେ ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ମୌନୀ ରଏଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପ୍ରଥମ ଥର ରଣବୀର ଏବଂ ଆଲିଆ ଗୋଟିଏ ପରଦାରେ ନଜର ଆସିବେ । ଏହି ଫିଲ୍ମ ୯ ସେପ୍ଟେମ୍ବରରେ ରିଲିଜ ହେବ ।

Get real time updates directly on you device, subscribe now.