fbpx

କାହିଁକି ଜାଡେଜା ଛାଡିଲେ ଅଧିନାୟକ ପଦ? : ମୁଖ୍ୟ କାରଣ ଦର୍ଶାଇଲେ ଭାରତୀୟ ଦଳର ଏହି ବିଶ୍ୱକପ ବିଜେତା

Advertisement

ମୁମ୍ବାଇ: ଚଳିତ IPL ସିଜନରେ କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରିଛି ଚେନ୍ନାଇ ସୁପର କିଙ୍ଗସ । ଜାଡେଜାଙ୍କୁ ନୂଆ ଅଧିନାୟକ ପଦ ଦେବା ପ୍ଲାନରେ ଫେଲ ମାରିଛନ୍ତି କ୍ୟାପଟେନ କୁଲ ମାହି । ୮ଟି ମ୍ୟାଚ ଖେଳି ମାତ୍ର ୨ଟିରେ ବିଜୟ ହାସଲ କରିପାରିଥିଲା ଦଳ । ଏହା ବ୍ୟତୀତ ଜାଡେଜା ମଧ୍ୟ ନେତୃତ୍ୱ ଚାପରେ ନିଜ ଖେଳକୁ ସୁଧାରି ପାରୁ ନଥିଲେ । ଫଳରେ ପୁଣି ଥରେ ଧୋନୀଙ୍କୁ ଦାୟିତ୍ୱ ଫେରାଇ ଦେଇଛନ୍ତି ଜାଡେଜା । ତେବେ ଜାଡେଜାଙ୍କ ଏହି ନିଷ୍ପତ୍ତି ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ତେବେ ଏହି ଚର୍ଚ୍ଚା ମଧ୍ୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳର ୱିକେଟ କିପର ସୟଦ କିରମାନୀ । ଜାଡେଜାଙ୍କୁ ଦଳ ତରଫରୁ ଯଥେଷ୍ଟ ସପୋର୍ଟ ମିଳିନଥିବା ସେ କହିଛନ୍ତି । ଧୋନୀଙ୍କ ଉପସ୍ଥିତିରେ ଜାଡେଜାଙ୍କୁ ଅଧିନାୟକ ପଦ ଦିଆଯାଇଥିଲା । ତେଣୁ ଦଳରେ ଇର୍ଷା ଏବଂ ଇଗୋ ଭଳି ବିଭିନ୍ନ ଭାବନା ଦଳରେ ସୃଷ୍ଟି ହୋଇ ବିଜୟ ରାସ୍ତାରେ ବାଧା ହୋଇଛି ବୋଲି କହିଛନ୍ତି କିରମାନୀ । ଧୋନୀଙ୍କ ଭାବନା ଏବଂ ବିଶ୍ୱାସରେ ସେ ଶତ ପ୍ରତିଶତ ପ୍ରମାଣିତ କରି ପାରିନାହାନ୍ତି । ଜାଡେଜାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିପାରନାହିଁ । ନିଜେ ମଧ୍ୟ ତାଙ୍କ ଖେଳରୁ ଲକ୍ଷ୍ୟଭ୍ରଷ୍ଟ ହେଉଥିବା ଦେଖା ଯାଇଥିଲେ ଜାଡେଜା । ତେଣୁ ନିଜକୁ ଦାୟୀ ବୋଲି ଭାବି ସେ ଅଧିନାୟକ ପଦ ପୁଣିଥରେ ଧୋନୀଙ୍କୁ ହସ୍ତାନ୍ତର କରିଛନ୍ତି ।

ତେବେ ପ୍ରଦର୍ଶନ ଖରାପ ଯୋଗୁଁ ନେତୃତ୍ୱ ଛାଡିବା କୌଣସି ଲଜ୍ଜାର ବିଷୟ ନୁହେଁ । ଜଣେ ଅଧିନାୟକ ଭଲ ପ୍ରଦର୍ଶନ ନକଲେ ଏହାର ପ୍ରଭାବ ଦଳ ଉପରେ ପଡିଥାଏ ଏବଂ ଦଳର ପ୍ରଦର୍ଶନ ଖରାପ ହୋଇଥାଏ । ଯାହା ଫଳରେ ବିଜୟରୁ ଦୂରରେ ରହିଯାଏ ଟିମ । ତେବେ ଅଧିନାୟକ ପଦ ରକିବା କିମ୍ବା ଛାଡିବା ଖେଳାଳିଙ୍କ ନିଜର ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ । ତେବେ ଯଦି ଦଳ ନିକଟରେ ଧୋନୀଙ୍କ ପରି ଜଣେ ବିଶ୍ୱ ସର୍ବଶ୍ରେଷ୍ଠ ଅଧିନାୟକ ମହଜୁଦ ଅଛନ୍ତି, ତେବେ ବିକଳ୍ପ ଖୋଜିବାର ଆବଶ୍ୟକତା ନାହିଁ । କିରମାନୀଙ୍କ କହିବା ଅନୁସାରେ, ଟୁର୍ଣ୍ଣାମେଣ୍ଟର ୨ ଦିନ ପୂର୍ବରୁ ଅଧିନାୟକ ପଦ ଦିଆଯିବା ଏକ ଅସୁବିଧା ନୁହେଁ । କାରଣ ଧୋନୀଙ୍କ ସହ ଜାଡେଜା ଦୀର୍ଘ ଦିନରୁ ଖେଳି ଆସୁଛନ୍ତି । ତେବେ ବିଜୟ କଥା ଦେଖିବାକୁ ଗଲେ, ଦଳର ସାଥ ମିଳିବା ଦ୍ୱାରା ହିଁ ବିଜୟ ହାସଲ କରାଯାଇପାରିବ ।

Get real time updates directly on you device, subscribe now.