fbpx

ଆସୁଛି ମହାଦେବଙ୍କ ପ୍ରିୟ ଶ୍ରାବଣ ମାସ: ଜାଣନ୍ତୁ କେବେ ଆରମ୍ଭ ହେବ କାଉଡି ଯାତ୍ରା

ଓଡିଶା ଭାସ୍କର: ଭଗବାନ ଶିବଙ୍କ ପ୍ରିୟ ମାସ ହେଉଛି ଶ୍ରାବଣ ମାସ । ତେବେ ଚଳିତ ବର୍ଷ ଏହି ମାସ ଆସନ୍ତା ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଶ୍ରାବଣ ମାସରେ ପ୍ରଭୁଙ୍କ ପୂଜାର୍ଚ୍ଚନା କଲେ ଭକ୍ତର ସବୁ ମନସ୍କାମନା ପୂରଣ ହେବା ସହ ସଂକଟ ଦୂର ହୋଇଥାଏ । ଶ୍ରାବଣ ମାସର ସୋମବାର ବାବା ଲୋକନାଥଙ୍କ ବ୍ରତ ରଖିଲେ ଶିବ ପ୍ରସନ୍ନ ହୋଇଥାନ୍ତି । ତେଣୁ ଏହି ମାସରେ ବାବା ଭୋଳାନାଥଙ୍କର ଶହଶହ ଭକ୍ତ କାଉଡି ଯାତ୍ରା କରିଥାନ୍ତି ।

ଚଳିତବର୍ଷ ଜୁଲାଇ ୧୪ ତାରିଖରୁ କାଉଡି ଯାତ୍ରା ଆରମ୍ଭ ହେଉଛି । ଏଥିରେ ନଦୀରୁ ଜଳ ନେଇ ପ୍ରଭୁ ଭୋଳାନାଥଙ୍କ ଉପରେ ଜଳ ଅର୍ପଣ କରାଯାଏ ।

ଏହି ସମୟରେ କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ ବାରଣ କରାଯାଇଛି । ଏହା ସହିତ ଆମିଷ ଭକ୍ଷଣ ମଧ୍ୟ ବାରଣ ହୋଇଥାଏ ।

କାଉଡି ଯାତ୍ରା ସମୟରେ କାଉଡିକୁ ଭୂମି ଉପରେ ରଖିବା ମନା ହୋଇଥାଏ । ଯଦି କାଉଡିଆ ଆରାମ କରିବାକୁ ଚାହାନ୍ତି, ତେବେ କୌଣସି ଏକ ଉଚ୍ଚ ସ୍ଥାନରେ ରଖିବା ଉଚିତ । କାଉଡିକୁ ତଳେ ରଖିଲେ ଆଉ ତରେ ଜଳ ଆଣିବାକୁ ପଡିଥାଏ ।

ଏହି ଯାତ୍ରାକୁ ବହୁତ ପବିତ୍ର ବୋଲି ମାନନ୍ତି । କାଉଡିଆମାନେ ପଦଯାତ୍ରା କରିବାର ନିୟମ ରହିଛି ।

ଭଗବାନ ଶିବ ନିଜ ଭକ୍ତଙ୍କ ପାଇଁ । ଖୁବ ସହଜରେ ଭକ୍ତଙ୍କ ତପସ୍ୟାରେ ପ୍ରସନ୍ନ ହୋଇଯାଆନ୍ତି ବାବା ଭୋଳାନାଥ । ଯଦି କେହି ପ୍ରକୃତ ଶ୍ରଦ୍ଧାର ସହ ଜଟେଶ୍ୱରଙ୍କ ମଥାରେ ଜଳ ଅର୍ପଣ କରେ, ସେଥିରେ ଖବୁ ପ୍ରସନ୍ନ ହୋଇଥାନ୍ତି ମହେଶ୍ୱର । ତେଣୁ ବାବାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ଶ୍ରାବଣ ମାସ ସୋମବାରରେ କାଉଡି ଯାତ୍ରା କରିଥାନ୍ତି ।

Get real time updates directly on you device, subscribe now.