fbpx

କେଉଁ କରୋନା ଭାକ୍ସିନ କେତେ ସମୟ ଦେଉଛି ସୁରକ୍ଷା, ଜାଣନ୍ତୁ କ’ଣ କହୁଛି ନୂଆ ଷ୍ଟଡି

ନୂଆଦିଲ୍ଲୀ: କରୋନା ଭାକ୍ସିନwରୁ ମିଳୁଥିବା ସୁରକ୍ଷା ଶରୀରରେ ଅଧିକ ସମୟ ରହୁନାହିଁ । ତେଣୁ ବର୍ତ୍ତମାନ ସମୟରେ କରୋନାର ଟିକାର ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦିଆଯାଉଛି । ଏଏନଆଇର ଏକ ରିପୋର୍ଟ ଅନୂଯାୟୀ, ଏକ ନୂଆ ଅଧ୍ୟୟନରେ ଏହା ଦାବି କରାଯାଇଛି ଯେ ଭାକ୍ସିନ, ଶରୀରରେ ତିଆରି ହୋଇଥିବା ଇମ୍ୟୁନିଟି ଠାରୁ ଅଧିକ ଭଲ ସୁରକ୍ଷା ପ୍ରଦାନ କରୁଛି । ଅବଶ୍ୟ ଏହି ଭାଇରସ ସମୟ ସହ ନିଜକୁ ପରିବର୍ତ୍ତନ କରୁଛି । ଶରୀରରେ ଏହା ବିରୋଧରେ ହୋଇଥିବା ଇମ୍ୟୁନିଟି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କାମ କରିପାରୁନାହିଁ । ଅର୍ଥାତ୍ ଏହି ଭାଇରସର ଶିକାରରୁ ବଞ୍ଚିବାକୁ ହେଲେ ଭାକ୍ସିନର ବୁଷ୍ଟର ଡୋଜ୍ ନେବାକୁ ହିଁ ପଡ଼ିବ । ଏହି ଅଧ୍ୟୟନରେ ଜଣାପଡ଼ିଛି ଯେ କେଉଁ ଭାକ୍ସିନ କେତେ ସମୟ ପର୍ଯ୍ୟନ୍ତ ଶରୀରରେ କରୋନା ଭାଇରସ ଠାରୁ ବଞ୍ଚାଇଥାଏ । ଏନେଇ ଆମେରିକାରେ କିଛି ବିଦେଶୀ ଟିକାକୁ ନେଇ ଗବେଷଣା କରାଯାଇଥିଲା ।

ପ୍ରୋସିଡିଙ୍ଗ୍ସ ଅଫ୍ ଦ ନାସନାଲ ଏକାଡେମୀ ଅଫ୍ ସାଇନ୍ସ’ ର ଏହି ଅଧ୍ୟୟନ ୧୫ ଜୁନରେ ପ୍ରକାଶିତ ହୋଇଛି । ଏଥିରେ କୁହାଯାଇଛି ଯେ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଣ୍ଟିବଡି ତୁଳନାରେ ଭାକ୍ସିନରୁ ଭଲ ସୁରକ୍ଷା ମିଳିଥାଏ, ଏଥିପାଇଁ ବୁଷ୍ଟର ଡୋଜ୍ ନେବା ଆବଶ୍ୟକ । ଏହି ଅଧ୍ୟୟନରେ ଏହା ପରୀକ୍ଷା କରାଯାଇଥିଲା ଯେ ଟିକାରୁ ମିଳୁଥିବା ଇମ୍ୟୁନିଟି କେତେ ସମୟ ପର୍ଯ୍ୟନ୍ତ କାମ କରୁଛି ଏବଂ ଶରୀରରେ ଆଣ୍ଟିବଡି ସହ ତିଆରି ହୋଇଥିବା ଆଣ୍ଟିବଡି ଠାରୁ ନିଜକୁ କେତେ କମୁଛି ।

ଜେପରୀ ପି.ଟାଉନସ୍ୟାଣ୍ଡ ଏବଂ ତାଙ୍କ ସହଯୋଗୀଙ୍କ ଏହି ଅଧ୍ୟୟନର ବିଶ୍ଲେଷଣ କରିଛନ୍ତି । ବିଭିନ୍ନ ଦିଗକୁ ଅଧ୍ୟୟନ ପରିସରକୁ ନେଇ ଗବେଷଣା କରିଛନ୍ତି । ଏଏନଆଇ ରିପୋର୍ଟ ଅନୂଯାୟୀ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଥରେ କରୋନା ସଂକ୍ରମିତ ହେଲେ ଶରୀରରେ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ୨୧.୫ ମାସ ପର୍ଯ୍ୟନ୍ତ ରହିଥାଏ ।

ସେହିଭଳି ଫାଇଜର ବାୟୋଏନଟେକ୍ ଏବଂ ମଡର୍ଣ୍ଣା ର ଏମଆରଏନଏ ଭାକ୍ସିନରେ ପ୍ରାକୃତିକ ସଂକ୍ରମଣ ତୁଳନାରେ ଆଣ୍ଟିବଡିର ସ୍ତର ବଢ଼ାଇବାରେ ସାହାଯ୍ୟ କରିଥିଲ, ଯାହା ଦ୍ୱାରା ପ୍ରାୟ ୨୯.୬ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥିଲା । ଗବେଷଣାରେ ଜଣାପଡ଼ିଛି ଯେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଏବଂ ଜନସନ ଆଣ୍ଡ୍ ଜନସନ୍ ଦ୍ୱାରା ଟିକା ପ୍ରାକୃତିକ ଆଣ୍ଟିବଡି ଭଳି ପ୍ରଭାବ ଦେଖାଇଥିଲା । ଏହା ପ୍ରାୟ ୨୦.୫ ମାସରୁ ୨୨.୪ ରୁ  ମାସ ପର୍ଯ୍ୟନ୍ତ କାମ କରିଥିଲା । ଏହି ବିଶ୍ଲେଷଣର ନିଷ୍କର୍ଷ ଆଧାରରେ ଭାକ୍ସିନର ଦୁଇ ଡୋଜ ନେବା ଯଥେଷ୍ଟ ନୁହେଁ । ନିର୍ଦ୍ଧାରିତ ସମୟ ପରେ ବୁଷ୍ଟର ଡୋଜ୍ ନେବାକୁ ହେବ ।

ସୂଚନାଯୋଗ୍ୟ, ଭାରତରେ ମଧ୍ୟ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ନେବାକୁ ଅପିଲ୍ କରିଛନ୍ତି । ଦେଶରେ ୧୮ ରୁ ୫୯ ବର୍ଗ ବୟସ ବର୍ଗଙ୍କୁ କରୋନାର ବୁଷ୍ଟର ଡୋଜ୍ ମାଗଣାରେ ଉପଲବ୍ଧ କରିବା ଅଭିଯାନ ଆରମ୍ଭ ହୋଇଛି । ଏହା ଅନୂଯାୟୀ ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ ।

Get real time updates directly on you device, subscribe now.