fbpx

ଏହି କାରଣରୁ ଚିପ୍ସ ପ୍ୟାକେଟରେ ଭରି ରହିଥାଏ ଗ୍ୟାସ୍, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ସମସ୍ତଙ୍କୁ ଚିପ୍ସ ଖାଇବାକୁ ଭଲ ଲାଗିଥାଏ । ଏହାର ସ୍ୱାଦ ଏବଂ ଖାଇବାକୁ ମୁସୁମୁସିଆ ହୋଇଥିବାରୁ ଏହା ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଚିପ୍ସ ପ୍ୟାକେଟ ଖୋଲିଲାବେଳକୁ ସେଥିରେ ଚିପ୍ସ ଅପେକ୍ଷା ଅଧିକାଂଶ ଗ୍ୟାସ ହିଁ ଥାଏ । ଯେତେବେଳେ ପ୍ୟାକେଟ ଖୋଲିଥାନ୍ତି ସେଥିରେ ଅଳ୍ପ ଚିପ୍ସ ଦେଖି ନିରାଶ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କାହିଁକି ଏହି ଚିପ୍ସ ପ୍ୟାକେଟରେ ଗ୍ୟାସ୍ ଭରି ରହିଥାଏ ।

ଯଦି ଆପଣଙ୍କୁ ଲାଗୁଥାଏ ଯେ ବିନା କାରଣରେ ଚିପ୍ସ ପ୍ୟାକେଟରେ ଅକ୍ସିଜେନ ଗ୍ୟାସ ଭର୍ତ୍ତି କରାଯାଇଥାଏ, ତା’ହେଲେ ଆପଣ ଭୁଲ୍ ଭାବୁଛନ୍ତି । ପ୍ରକୃତରେ ଏହି ପ୍ୟାକେଟରେ ଅକ୍ସିଜେନ ନୁହେଁ ନାଇଟ୍ରୋଜେନ ଭର୍ତ୍ତିକରାଯାଇଥାଏ । ଏମିତି କରିବାର ଅନେକ କାରଣ ରହିଛି । ପ୍ରଥମ କାରଣ ହେଉଛି ନାଇଟ୍ରୋଜନ କାରଣରୁ ଖାଦ୍ୟ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରହିଥାଏ । ଅକ୍ସିଜେନ ପ୍ରତିକ୍ରିୟାଶୀଳ ହୋଇଥାଏ ଯାହା ଖାଦ୍ୟ ହେଉ କିମ୍ବା କୌଣସି ଧାତୁ ସହ ମିଶି ଯାଇଥାଏ ଫଳରେ ଖୋଲା ରଖିଥିବା ଖାଦ୍ୟ ଖରାପ ହୋଇଯାଏ ଏବଂ ଲୁହାରେ ମଧ୍ୟ କଳଙ୍କି ଲାଗିଯାଇଥାଏ ।

ଅକ୍ସିଜେନ ପ୍ରତିକ୍ରିୟାଶୀଳ ହୋଇଥାଏ କିନ୍ତୁ ନାଇଟ୍ରୋଜେନ ପ୍ରତିକ୍ରିୟାଶୀଳ ହୋଇନଥାଏ । ଫଲରେ ଅନ୍ୟ ପ୍ରକାରର ବ୍ୟାକ୍ଟେରିଆ ଏବଂ ଜୀବାଣୁ ଚିପ୍ସ ଉପରେ ବଢ଼ିପାରିନଥାନ୍ତି ଏହା ଛଡ଼ା ଏହା ଚିପ୍ସକୁ ମୁସୁମୁସିଆ ବନାଇରଖିବାରେ ସହାୟକ ହୋଇଥାଏ । ଏହା ଛଡ଼ା ପ୍ୟାକେଟରେ ଗ୍ୟାସ ଭରି ରହିବା କାରଣରୁ ଚିପ୍ସଗୁଡ଼ିକ ଭାଙ୍ଗିବାରୁ ବଞ୍ଚିଯାଇଥାଏ । କାରଣ ଭଙ୍ଗିଯାଇଥିବା ଚିପ୍ସକୁ କିଣିବାକୁ କେହିବି ପସନ୍ଦ କରିନଥାନ୍ତି । ଅନେକ ସମୟରେ ଚିପ୍ସକୁ ଭାଙ୍ଗିବାରୁ ବଞ୍ଚିବା ପାଇଁ ଚିପ୍ସକୁ କ୍ୟାନ୍ ରେ ରଖି ବିକ୍ରି କରାଯାଇଥାଏ, ତେବେ ଏହା ପ୍ୟାକେଟଠାରୁ ସାଧାରଣତଃ ମହଙ୍ଗା ହୋଇଥାଏ । ଏହି ଚିପ୍ସ ପ୍ୟାକେଟ ଗୁଡ଼ିକରେ କମ୍ପାନୀ ଅନୁସାରେ ୨୫% ରୁ ୮୦% ପର୍ଯ୍ୟନ୍ତ ଗ୍ୟାସ୍ ରହିଥାଏ ।

ଆହୁରି ଏକ କାରଣ ରହିଛି ଯାହା ହେଉଛି ଚିପ୍ସ ପ୍ୟାକେଟରେ ପବନ ଭର୍ତ୍ତି କରିବା ଦ୍ୱାରା ଚିପ୍ସ ପ୍ୟାକେଟ ବଡ଼ ହୋଇଯାଇଥାଏ । ଫଳରେ ଆମେ ବଡ଼ ପ୍ୟାକେଟ ପ୍ରତି ଆକୃଷ୍ଟ ହୋଇ କିଣିଥାଉ ।

Get real time updates directly on you device, subscribe now.