fbpx

ହୋ ହଲ୍ଲା ମଧ୍ୟରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍; ଆସନ୍ତା କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଧବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଗୃହରେ ମମିତା ମେହେର ମାମଲାକୁ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା । ପ୍ରବଳ ହୋ ହଲ୍ଳା ମଧ୍ୟରେ ଉପସ୍ଥାପିତ ହୋଇଯାଇଛି ଅତିରିକ୍ତ ବଜେଟ୍ । ମମିତା ମେହେର ମାମଲା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା ।

ବିରୋଧୀଙ୍କ ପ୍ରବଳ ହୋ ହଲ୍ଲା ମଧ୍ୟରେ ଏହି ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଥିଲା । ଅତିରିକ୍ତ ବଜେଟ ଉପସ୍ଥାପିତ ହେବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ମିଶ୍ର ଗୃହକୁ ଆସନ୍ତା କାଲି ଯାଏଁ ମୁଲତବୀ ଘୋଷଣା କରିଥିଲେ । ଅତିରିକ୍ତ ବଜେଟରେ ୧୯୮୩୩ କୋଟିର ବ୍ୟୟବରାଦ ରହିଛି । ବିଗତ ସପ୍ତାହରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ମିଳିଥିଲା । ଏହି ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୩୬୨୪ କୋଟିର ବ୍ୟୟବରାଦ ରଖାଯାଇଛି । ଏହା ସହିତ ସ୍ୱାସ୍ଥ୍ୟ ପାଇଁ ୨୩୧୦ ଏବଂ ଶକ୍ତି ବିଭାଗ ପାଇଁ ୨୧୪୩ କୋଟିର ବ୍ୟୟବରାଦ ରଖାଯାଇଛି ।

Get real time updates directly on you device, subscribe now.