fbpx

ରାଜ୍ୟରେ ବଢୁଛି ନିରୋଧର ଚାହିଦା: ଚଳିତ ବର୍ଷ ବ୍ୟବହୃତ ହୋଇଛି ୨ କୋଟି କଣ୍ଡୋମ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜାତୀୟ ଏଡ୍ସ ଦିବସରେ ମିଳିଛି ଏକ ଖୁସି ଖବର । ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କଣ୍ଡୋମର ବ୍ୟବହାର । ଗର୍ଭନିରୋଧ ପିଲ୍ କିମ୍ବା ଅନ୍ୟାନ୍ୟ ନିରୋଧ ଅପେକ୍ଷା ଓଡିଶାରେ ବୃଦ୍ଧି ପାଇବାରେ ଲାଗିଛି କଣ୍ଡୋମର ଚାହିଦା । ଚଳିତ ବର୍ଷ ପ୍ରାୟ ୨ କୋଟି କଣ୍ଡୋମ ବ୍ୟବହୃତ ହୋଇଥିବା ସୂଚନା ମିଳିଛି । ଓଡ଼ିଶାରେ ବଢୁଛି କଣ୍ଡୋମ୍ ବ୍ୟବହାର , ସୁରକ୍ଷିତ ସେକ୍ସ୍ ଆଉ ଅବାଞ୍ଛିତ ଗର୍ଭ ଧାରଣକୁ ଏଡାଇବାକୁ ତଥା ଏଡ଼ସ ପରି ଭୟାବହ ରୋଗକୁ ରୋକିବା ପାଇଁ କଣ୍ଡୋମ ଏକ ସହଜ ଆଉ ସରଳ ଉପାୟ । ଯୁବ ଗୋଷ୍ଠୀଙ୍କ ମଧ୍ୟରେ କଣ୍ଡୋମ୍ ବ୍ୟବହାର ସବୁଠାରୁ ଅଧିକ ରହିଛି। କେବଳ ଓଡ଼ିଶା ନାହିଁ ଦେଶରେ ବି ବଢୁଛି କଣ୍ଡୋମ୍ ବ୍ୟବହାର।

ଭାରତରେ ପ୍ରତି ୧୦ ଜଣ ପୁରୁଷ ମଧ୍ୟରେ ଜଣେ କଣ୍ଡୋମ୍ ବ୍ୟବହାର କରନ୍ତି। ଜାତୀୟ ସ୍ୱାସ୍ଥ୍ୟ ବିଭାଗ ସର୍ଭେ NFHS ୨୦୧୯-୨୧ ରେ ଏହି ତଥ୍ୟ ସାମନାକୁ ଆସିଛି। ଏହାସହ ଗ୍ରାମାଞ୍ଚଳରେ ମଧ୍ୟ କଣ୍ଡୋମ୍ ବ୍ୟବହାର ବଢ଼ିଛି । ଜାତୀୟ ହାରରେ ଗ୍ରାମାଞ୍ଚଳରେ ୭.୬% କଣ୍ଡୋମ ବ୍ୟବହାର କରୁଥିବା ବେଳେ ସହରାଞ୍ଚଳରେ ୧୩.୬ % କଣ୍ଡୋମ ବ୍ୟବହାର କରନ୍ତି। ଆଗରୁ ଏହି ହାର ୧୦ ଶତକଡା ତଳେ ଥିଲା। NFHS ରିପୋର୍ଟ ହିସାବରେ ଭାରତରେ ୮୨ ଶତକଡ଼ା ପୁରୁଷ କଣ୍ଡୋମ୍ ବ୍ୟବହାର ନେଇ ଅବଗତ ଥାଇ ମଧ୍ୟ ବ୍ୟବହାର କରନ୍ତି ନାହିଁ। ହେଲେ ଏଡ଼ସ ନେଇ କଣ୍ଡୋମ୍ ବ୍ୟବହାର ବିବାହିତ ପୁରୁଷ ଆଉ ମହିଳାଙ୍କ କ୍ଷେତ୍ରରେ କମ୍ ରହିଛି।
ଓଡ଼ିଶା ରେ ୨୦୧୮ ରୁ କଣ୍ଡୋମ୍ ବ୍ୟବହାରରେ ଉନ୍ନତି ଦେଖା ଦେଇଛି। ଗର୍ଭ ନିରୋଧ ବଟିକା ବା ବନ୍ଧ୍ୟାକରଣ ଅପେକ୍ଷା ଓଡ଼ିଶାରେ କଣ୍ଡୋମ୍ ବ୍ୟବହାର କୁ ଅଧିକ ପସନ୍ଦ କର ଯାଉଛି। ୧୬ -୧୭ ରେ କଣ୍ଡୋମ୍ ବ୍ୟବହାର କାରୀ ସଂଖ୍ୟା ୧ ଲକ୍ଷ ୨୩ ହଜାର ୭୪୬ ଥିବା ବେଳେ ୧୭ -୧୮ ରେ ୧ଲକ୍ଷ ୨୭ ହଜାର ୦୩୫ ରହିଥିଲା । ୧୫-୧୬ ରେ ୮୭, ୩୧,୮୮୦ କଣ୍ଡୋମ ସପ୍ଲାଏ ଥିବା ବେଳେ ୧୬ -୧୭ ରେ ୧ କୋଟି ୭ ଲକ୍ଷ ୪୪ ହଜାର ୯୧୦ ଯାହା ବଢ଼ି ୧ କୋଟି , ୧୬ ,ଲକ୍ଷ ୨୮,୨୦୨ । ୧୧ ଆଦିବାସୀ ବହୁଳ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାରେ କଣ୍ଡୋମ ବ୍ୟବହାର ବଢ଼ିଛି ।

Get real time updates directly on you device, subscribe now.