fbpx

ସନି ଦେଓଲଙ୍କ ବିଷୟରେ ହେଲା ବଡ ଖୁଲାସା, ଜାଣିଲେ ଆପଣ  ଆଉ କହିବେନି Angry Young man

Advertisement

ମୁମ୍ବାଇ:’କଫି ଉଇଥ୍ କରଣ’ର ୮ମ ସଂସ୍କରଣ ଅକ୍ଟୋବର ୨୬ରୁ ଆରମ୍ଭ ହୋଇଯାଇଛି । ଶୋ’କୁ ନେଇ ଚର୍ଚ୍ଚା ବି ଜୋରଦାର ହେଉଛି । ସବୁଥର ପରି ଏଥର ମଧ୍ୟ ଶୋ’ରେ ଦୁଇଜଣ ଅତିଥି ଟେବୁଲରେ ନଜର ଆସୁଛନ୍ତି । ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ ପରେ ଏବେ ସନି ଦେଓଲ ଓ ବବି ଦେଓଲ କରଣ ଜୋହରଙ୍କ ଜଟିଳ ପ୍ରଶ୍ନର ଉତ୍ତର ରଖିଥିବାର ନଜର ଆସିଛନ୍ତି ।

ଗୁରୁବାର କଫି ଉଇଥ୍ କରଣର ଦ୍ୱିତୀୟ ଏପିସୋଡ୍ ଜାରି କରାଯାଇଛି । ଏହି ଏପିସୋଡ୍‌ରେ ସନି ଦେଓଲ ଓ ବବି ଦେଓଲ ବହୁ ବିଷୟ ଖୁଲାସା କରୁଥିବାର ନଜର ଆସିଛନ୍ତି । ଏହି ଅବସରରେ ଉଭୟଙ୍କ ପରିବାରର ସଦସ୍ୟ ମଧ୍ୟ ଭିଡିଓ ମାଧ୍ୟମରେ ଶୋ’ ସହ ଜଡିତ ହୋଇଛନ୍ତି । ଏହି କ୍ରମରେ ସନିଙ୍କ ବିଷୟରେ ଏପରି ବହୁକଥା ସାମ୍ନାକୁ ଆସିଛି ଯାହା ବହୁ କମ୍ ଲୋକଙ୍କୁ ଜଣା ।

ସନିଙ୍କ ପୁଅ କରଣ ଦେଓଲ କହିଛନ୍ତି ତାଙ୍କୁ ଟେଡି ବିୟର ବହୁତ ପସନ୍ଦ । ତାଙ୍କ ଘରେ ସେ ଅନେକ ଟେଡି ବିୟର ସାଇତି ରଖିଛନ୍ତି । ଏହା ଶୁଣିବା ପରେ କରଣ ମଧ୍ୟ ଚକିତ ହୋଇଯାଇଥିଲେ ଓ ପଚାରିଥିଲେ କି ସେ ଏପରି କାହିଁକି କରନ୍ତି । ଏହାର ଉତ୍ତର ସନି ରଖିବା ପୂର୍ବରୁ ବବି କହିଥିଲେ ତାଙ୍କୁ ବିଭିନ୍ନ ପ୍ରକାର ଟେଡି କିଣିବାକୁ ବହୁତ ଭଲ ଲାଗେ । ସେ ଦୁନିଆର ସବୁ ସ୍ଥାନରୁ ଟେଡି କିଣି ଘରେ ରଖିଛନ୍ତି । ଏହି ଟେଡି ତାଙ୍କୁ ବହୁତ କ୍ୟୁଟ୍ ଓ ଭଲ ଲାଗିଥାନ୍ତି ବୋଲି ସେ କହିଥିଲେ । ତାଙ୍କ ଗାଡିରେ ବି ଗୋଟିଏ ଟେଡି ସର୍ବଦା ରହିଥାଏ । ବହୁ ସମୟରେ ସେ ଏକ ଛୋଟ ଟେଡି ନିଜ ପକେଟ୍‌ରେ ବି ରଖିଥାନ୍ତି । ଏହା ଶୁଣିବା ପରେ କରଣ ନିଜ ହସ ରୋକି ପାରି ନ ଥିଲେ । ବବି କହିଥିଲେ କେବଳ ଟେଡି ନୁହେଁ ସନିଙ୍କୁ ଅନ୍ୟାନ୍ୟ ସଫ୍ଟ ଖେଳନା ମଧ୍ୟ ବହୁତ ପସନ୍ଦ ଆସିଥାଏ ।

Get real time updates directly on you device, subscribe now.