fbpx

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର: ଏଣିକି ସହିବାକୁ ପଡ଼ିବନି ଇନସୁଲିନର ଯନ୍ତ୍ରଣା, ଆସୁଛି ସ୍ପ୍ରେ

ଡାଇବେଟିସ୍ ବା ମଧୁମେହରେ ପୀଡିତ ରୋଗୀଙ୍କ ପାଇଁ ଆସିଛି ଏକ ଆରାମ ଖବର । ଯଦି ସବୁକିଛି ଠିକ୍ ରୁହେ, ତେବେ ରୋଗୀମାନେ ଶୀଘ୍ର ଇନସୁଲିନ୍ ଯନ୍ତ୍ରଣାରୁ ମୁକ୍ତି ପାଇବାର ସମ୍ଭାବନା ରହିଛି । ଦୁଇ-ତିନି ବର୍ଷ ମଧ୍ୟରେ ଇନସୁଲିନ୍ ସ୍ପ୍ରେ ଉପଲବ୍ଧ ହେବାର ସମ୍ଭାବନା ରହିଛି । ଏହାର ସାହାଯ୍ୟରେ ରୋଗୀ ଛୁଞ୍ଚି ବ୍ୟବହାର କରିବା ପରିବର୍ତ୍ତେ ପାଟିରେ ଇନସୁଲିନ୍ ନେଇପାରିବ ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ନିଡଲଫ୍ରି ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍ ଛୁଞ୍ଚିମୁକ୍ତ ଓରାଲ ଇନସୁଲିନ୍ ସ୍ପ୍ରେ କରିବାର ଦାବି କରୁଛି । କୁହାଯାଉଛି ଯେ, ଏହା ହେଉଛି ବିଶ୍ୱର ପ୍ରଥମ ଇନସୁଲିନ୍ ସ୍ପ୍ରେ, ଯାହାର ନାମ Ozulin ରଖାଯାଉଛି । ହାଇଦ୍ରାବାଦ ସ୍ଥିତ ଅନୁସନ୍ଧାନ ଏବଂ ବିକାଶ କମ୍ପାନୀ ଟ୍ରାନ୍ସଜେନ ବାୟୋଟେକ୍ ଲିମିଟେଡ୍ ଭାବରେ କମ୍ପାନୀ ଆରମ୍ଭ ହୋଇଥିଲା ।

ବର୍ତ୍ତମାନ କମ୍ପାନୀ ଏହି ପରୀକ୍ଷା ପାଇଁ ଅନୁମତି ମାଗିଛି । ଟାଇମ୍ସ ଅଫ୍ ଇଣ୍ଡିଆ ସହ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡାକ୍ତର କୋଟଶ୍ୱର ରାଓ କହିଛନ୍ତି ଯେ, ସୁରକ୍ଷା ଏବଂ ଟକ୍ସିକୋଲୋଜି ଅଧ୍ୟୟନର ଅନୁମୋଦନ ପାଇଁ କମ୍ପାନୀ ସିଡିଏସସିଓ ଅର୍ଥାତ୍ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନରେ ଆବେଦନ କରିଛି । ଏହା ପରେ ସ୍ପ୍ରେର ମାନବ କ୍ଲିନିକାଲ୍ ପରୀକ୍ଷା କରାଯିବ ।

ଡକ୍ଟର ରାଓ କହିଛନ୍ତି ଯେ କମ୍ପାନୀ କ୍ୟାନ୍ସର, ଅଷ୍ଟିଓପୋରୋସିସ୍ ଏବଂ ଆଲଜାଇମର ଭଳି ରୋଗ ପାଇଁ ଓରାଲ ସ୍ପ୍ରେ ପ୍ରସ୍ତୁତ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି । ଭାରତ ସମେତ ବିଶ୍ୱର ଅନେକ ଦେଶରେ କୋଟି କୋଟି ଲୋକ ମଧୁମେହ ଭଳି ବିପଜ୍ଜନକ ରୋଗର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.