fbpx
BJD SKY
BJD SKY

କୋହଲିଙ୍କୁ ତିନି ଫର୍ମାଟରେ ପଛରେ ପକାଇଲେ ପାକ୍ ଅଧିନାୟକ ବାବର ଆଜମ

BJD

ନୂଆଦିଲ୍ଲୀ : ଖରାପ ଫର୍ମ ଦେଇ ଗତି କରୁଥିବା ଏବଂ ଜୋହାନ୍ସବର୍ଗ ଟେଷ୍ଟ ଖେଳିନଥିବା ବିରାଟ କୋହଲିଙ୍କ ଆଇସିସି ମାନ୍ୟତାରେ ଅବନ୍ନତି ଘଟିଛି। ଆଉ ଏହାର ଫାଇଦା ମିଳିଛି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ। ଆଇସିସିର ସଦ୍ୟତମ ମାନ୍ୟତାରେ ବାବର ଆଜମ ଭାରତୀୟ ଅଧିନାୟକ କୋହଲିଙ୍କୁ କ୍ରିକେଟର ତିନି ଫର୍ମାଟରେ ପକାଇ ଦେଇଛନ୍ତି । ପୂର୍ବରୁ ଦିନିକିଆ ଏବଂ ଟି-୨୦ ପରେ ଏବେ ଟେଷ୍ଟରେ ଏବେ ବାବର ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି।

ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷ ଜୋହାନ୍ସବର୍ଗ ଟେଷ୍ଟ ନଖେଳିବା ମହଙ୍ଗା ପଡିଛି। ବାବର ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ବିରାଟଙ୍କୁ ପଛରେ ପକାଇ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି। ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାର ସଦ୍ୟତମ ରାଙ୍କିଙ୍ଗରେ କୋହଲି ଦୁଇଟି ସ୍ଥାନ ତଳକୁ ଖସି ନବମରେ ରହିଛନ୍ତି। ବାବର ଗୋଟିଏ ସ୍ଥାନ ଉପରକୁ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। ଦିନିକିଆ ରାଙ୍କିଙ୍ଗରେ ବାବର ପ୍ରଥମ ସ୍ଥାନରେ ରହିଥିବା ବେଳେ କୋହଲି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଟି-୨୦ରେ ବାବର ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ କୋହଲି ୧୧ତମ ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ କିଛି ବର୍ଷ ବିରାଟ କୋହଲିଙ୍କ ଫର୍ମ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଟେଷ୍ଟ, ଦିନିକିଆ ଏବଂ ଟି-୨୦ ତିନି ଫର୍ମାଟରେ କୋହଲି ୨୦୧୯ ନଭେମ୍ବରଠୁ ଗୋଟିଏ ହେଲେ ଶତକ ଅର୍ଜନ ହାସଲ କରି ପାରି ନାହାନ୍ତି । ବିରାଟ ତିନି ଫର୍ମାଟକୁ ମିଶାଇ ମୋଟ୍ ୫୨ ମ୍ୟାଚରେ ୩୯.୨୦ ହାରରେ ୨୦୭୮ ରନ କରିଛନ୍ତି । ଏଥିରେ ୨୦ ଅର୍ଦ୍ଧଶତକ ସାମିଲ୍, ସର୍ବୋଚ୍ଚ ସ୍କୋର ରହିଛି ଅପରାଜିତ ୯୪ ରନ । ଅପରପକ୍ଷେ ଏହି ସମୟରେ ବାବର ସର୍ବାଧିକ ରନହାସଲକାରୀ ବ୍ୟାଟସମ୍ୟାନ ତାଲିକାରେ ଶୀର୍ଷରେ ଅଛନ୍ତି।

ବାବର ୨୦୧୯ ଡିସେମ୍ବରକୁ ନେଇ ଏ ପର୍ଯ୍ୟନ୍ତ ୬୦ ଅନ୍ତର୍ଜାତୀୟ ମ୍ୟାଚରେ ୫୧.୦୧ ହାରରେ ୨୮୫୭ ରନ କରିଛନ୍ତି। ଏଥିରେ ସାତ ଶତକ ଏବଂ ୨୨ ଅର୍ଦ୍ଧଶତକ ସାମିଲ୍। ଏହି ସମୟରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୫୮ ରନ କରିଛନ୍ତି। ଏଥିରୁ ଅନୁମାନ କରି ପାରୁଥିବା ବାବର କେଉଁ ଭଳି ଫର୍ମରେ ଅଛନ୍ତି ।

 

Get real time updates directly on you device, subscribe now.