fbpx

ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକ ଘଟଣା : ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକ ମାମଲାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଦୃଢ ଭାବରେ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ଜଣେ ବ୍ୟକ୍ତି ନୁହନ୍ତି ଏକ ସଂସ୍ଥାନ । ଏହି ସଂସ୍ଥାର ମର୍ଯ୍ୟାଦା ରକ୍ଷା କରିବା ସମସ୍ତ ସରକାରଙ୍କ ଦାୟିତ୍ୱ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବାର ଦାୟିତ୍ୱରୁ କ୍ଷାନ୍ତ ହେବା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ । ଏହି ସଂସ୍ଥାର ଗାରିମା କ୍ଷୁର୍ଣ୍ଣ ହେବା ଯେକୌଣସି ବି ପଦକ୍ଷେପ ଅତ୍ୟନ୍ତ ଅଶୋଭନୀୟ ବୋଲି କହିଛନ୍ତି ନବୀନ । ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବର ଫିରୋଜପୁରରେ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ ଫ୍ଲାଏଓଭରରେ ଫସି ରହିଥିଲା । ମୋଦୀଙ୍କ ଗସ୍ତ ସମୟରେ କିଛି ଚାଷୀ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ମୋଦୀଙ୍କ ଗାଡି ପ୍ରାୟ ୨୦ ମିନିଟ ଧରି ଅଟକି ରହିଥିଲା । ଏହି ଘଟଣାକୁ ନେଇ ମୋଦୀ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଜବାବ ମଗା ଯାଇଥିଲା । ଏହି ଘଟଣା ପରେ ଫିରୋଜପୁର ଏସଏସପିଙ୍କୁ ସସପେଣ୍ଡ କରାଯାଇଥିଲା ।

Get real time updates directly on you device, subscribe now.