fbpx

ମୁମ୍ବାଇରେ ୨୪ ଘଣ୍ଟାରେ ୨୦ ହଜାର ନୂଆ ଆକ୍ରାନ୍ତ ; ମହାରାଷ୍ଟ୍ରରେ ୩୬ ହଜାରରୁ ଅଧିକ ଚିହ୍ନଟ

ମୁମ୍ବାଇରେ ପୁଣି ଦେଖିବାକୁ ମିଳିଛି କରୋନାର କରାଳ ରୂପ । ଗତ ୨୪ ଘଣ୍ଟାରେ କେବଳ ମୁମ୍ବାଇରେ ଚିହ୍ନଟ ହୋଇଛନ୍ତି ୨୦,୧୮୧ ସଂକ୍ରମିତ, ଏହାସହ ୪ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଯାହାକୁ ମିଶାଇ ଏବେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନାର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୯,୨୬୦ ରେ ପହଞ୍ଚିଛି । ସହରରେ ୧୬% ରୁ ବେଡ ଫୁଲ୍ ହୋଇଥିବାବେଳେ ୫୦୦ ରୁ ଅଧିକ ବିଲ୍ଡିଂ ସିଲ୍ ହୋଇଛି ।

ଏହାରି ମଧ୍ୟରେ ବିଏମସି ତରଫରୁ କୁହାଯାଇଥିଲା ଯଦି ମୁମ୍ବାଇରେ କରୋନା ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ପୁଣି ଥରେ ଲକଡାଉନ ଲଗାଯିବା ନେଇ ନିଷ୍ପତ୍ତି ହୋଇପାରେ । ଅର୍ଥାତ୍ ଏବେ ସହରରେ କଡ଼ା ପ୍ରତିବନ୍ଧକ ବଢ଼ାଯାଇପାରେ । ପ୍ରକୃତରେ ଗତ କିଛି ଦିନ ହେବ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବିଶେଷଜ୍ଞ ଅନୁମାନ କରିଛନ୍ତି ଯେ ମୁମ୍ବାଇରେ ଓମିକ୍ରନର ଗୋଷ୍ଠୀ ସଂକମ୍ରଣ ହୋଇଛି କାରଣ ଟ୍ରାଭେଲ ହିଷ୍ଟ୍ରି ନଥାଇ ମଧ୍ୟ ଓମିକ୍ରନ ଚିହ୍ନଟ ହେଉଛନ୍ତି ।

ସେପଟେ ମହାରାଷ୍ଟ୍ରାରେ ଗୁରୁବାର ୩୬, ୨୬୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ସଂକ୍ରମଣ କହିଲେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୪୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଞ୍ଚିଛି ।

Get real time updates directly on you device, subscribe now.