fbpx
BJD SKY
BJD SKY

ନଡ଼ିଆ ଭାଙ୍ଗି ଗୃହ ପ୍ରବେଶ କଲେ ତପସ୍ୱିନୀ: ୪୬ ଦିନର ଲଢେଇ ପରେ ଜିତିଲା ନାରୀଶକ୍ତି, ଦେଖନ୍ତୁ Video

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶେଷରେ ମିଳିଲା ତପସ୍ୱିନୀଙ୍କୁ ନ୍ୟାୟ । ନଡ଼ିଆ ଭାଙ୍ଗି ଶ୍ୱଶୁର ଘରେ କଲେ ପ୍ରବେଶ । ଦୀର୍ଘ ୪୬ ଦିନର ଅହୋରାତ୍ର ଲଢେଇ ପରେ ଜିତିଲା ନାରୀଶକ୍ତି । ତପସ୍ୱିନୀ ନିଜ ଲକ୍ଷ୍ୟରୁ ହାରି ନଥିବା ବେଳେ ସାଥୀରେ କବଚ ପରି ଛିଡା ହୋଇଥିଲେ ପ୍ରମିଳା ମା’ । ଦୁଇ ଦିନ ତଳେ ଜିଲ୍ଲା ଦୌରାଜଜଙ୍କମ ପକ୍ଷରୁ ତପସ୍ୱିନୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଳ୍ଲା ଜଜ୍ । ଏହାକୁ ନେଇ ମଧ୍ୟ ଅନେକ ସସପେନ୍ସ ଲାଗି ରହିଥିଲା ।

ଡାକ୍ତର ସୁମିତଙ୍କ ଓକିଲ ଶେଷ ମୂହୂର୍ତ୍ତରେ ତପସ୍ୱିନୀ ଘରେ ରହି ପାରିବେ ନାହିଁ ବୋଲି ମତ ଦେଇଥିଲେ । ତେବେ ଶେଷରେ ତପସ୍ୱିନୀଙ୍କୁ ମିଳିଛି ନ୍ୟାୟ । ନିଜ ଓକିଲ ଓ ପୋଲିସଙ୍କ ସହାୟତାରେ ତପସ୍ୱିନୀ ଶାଶୁ ଘରେ ପ୍ରବେଶ କରିଥିଲେ । ଗୃହ ପ୍ରବେଶ ପୂର୍ବରୁ ତପସ୍ୱିନୀ ନଡିଆ ବାଡେଇ ଘରେ ପ୍ରବେଶ କରିଥିଲେ । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.