fbpx

ବିଧାନସଭା ଏବଂ ଲୋକସଭା ନିର୍ବାଚନ ପ୍ରାର୍ଥୀ ଖର୍ଚ୍ଚ କରିବେ ଏତିକି ଟଙ୍କା; ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ ସେନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାେ ବଢ଼ାଇବାକୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି । ଭାରତୀୟ ନିର୍ବାଚନ ଆୟୋଗ ଏନେଇ ପ୍ରସ୍ତୁତ କରିଛନ୍ତି ତାଲିକା । ନୂଆ ତାଲିକା ଅନୁଯାୟୀ ଏଣିକି ଲୋକସଭା ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ଯାହା ପୂର୍ବରୁ ୭୦ ଲକ୍ଷ ଥିଲା । କେନ୍ଦ୍ରଶାସିତ ଅଞ୍ଚଳର ସଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୪ରୁ ୭୦ ଲକ୍ଷକୁ ବୃଦ୍ଧି ।

ସେହିପରି ବିଧାନସଭା ନିର୍ବାଚନ ପାଇଁ ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ପ୍ରାର୍ଥୀ ଯାହା ପୂର୍ବରୁ ୨୮ ଲକ୍ଷ ରହିଥିଲା । କେନ୍ଦ୍ରଶାସିତ ଅଞ୍ଚଳରରେ ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୦ରୁ ୨୮ ଲକ୍ଷକୁ ବୃଦ୍ଧି କରାଯାଇଛି । ନିର୍ବାଚନ ଖର୍ଚ୍ଚ ସୀମା ସଂଶୋଧନ ପାଇଁ ଗଠିତ କମିଟିର ସୁପାରିସ ଆଧାରରେ ନିଆଯାଇଛି ଏହି ନିଷ୍ପତ୍ତି ।

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ହେବାକୁ ଥିବା ନିର୍ବାଚନ ପାଇଁ ଏହି ନୂଆ ନିୟମ ଲାଗୁ ହେବ ।

Get real time updates directly on you device, subscribe now.