fbpx

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ, ଟ୍ଵିଟ୍ କରି ଦେଲେ ସୂଚନା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟ୍ଵିଟ୍ କରି ଗେହଲଟ୍ ଖୋଦ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ସନ୍ଧ୍ୟାରେ ମୁଁ ନିଜର କରୋନା ଟେଷ୍ଟ କରାଇଛି। ପରିଣାମ ପଜିଟିଭ୍ ଆସିଛି। ଚିନ୍ତା କରିବାର କୌଣସି ବିଷୟ ନାହିଁ। ମୋ ସଂପର୍କରେ ଆସିଥିବା ସମସ୍ତଙ୍କ ନିବେଦନ କରୁଛି, ସେମାନେ ନିଜକୁ ଆଇସୋଲେଟ୍ କରିବା ସହ କୋଭିଡ୍ ଟେଷ୍ଟ ଅବଶ୍ୟ କରାନ୍ତୁ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ଆରସିଏ ଅଧ୍ୟକ୍ଷ ବୈଭବ ଗେହଲଟ ବୁଧବାର କରୋନ ସଂକ୍ରମିତ ହୋଇଥିଲେ।

ତେବେ ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗୁରୁବାର ଅପରାହ୍ନରେ ପଞ୍ଜାବରେ ପିଏମ ମୋଦୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ମାମଲାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବହୁ ସଂଖ୍ୟାରେ ମିଡିଆ କର୍ମୀ ଏବଂ ପାର୍ଟି ପଦାଧିକାରୀ ଉପସ୍ଥିତ ଥିଲେ।

Get real time updates directly on you device, subscribe now.