fbpx
BJD SKY
BJD SKY

ଲଞ୍ଚ ହେଲା Xiaomi 11i Hyperchrage 5G : ମାତ୍ର ୧୫ ମିନିଟରେ ହେବ ଫୁଲ୍ ଚାର୍ଜ, ଜାଣନ୍ତୁ ଆଉ କ’ଣ ରହିଛି ଖାସ୍

BJD

ନୂଆଦିଲ୍ଲୀ: Xiaomi 11i Hyperchrage 5G ଏବଂ Xiaomi 11i  5G ଭାରତରେ ଲଞ୍ଚ ହୋଇଛି । ଫୋନରେ ସବୁଠାରୁ ଶକ୍ତିଶାଳୀ ଚାର୍ଜିଂ ସିଷ୍ଟମ ଥିବାନେଇ କୁହାଯାଉଛି ଯାହା ଏହାର ଖାସ୍ ଫିଚର୍ସ । ଏହା ସହ ଅନେକ ଫିଚର୍ସ ମଧ୍ୟ ରହିଛି ଏହି ନୂଆ ସ୍ମାର୍ଟଫୋନରେ ।

ଏମିତି ରହିଛି ଏହି ଫୋନର ଫିଚର୍ସ:

Xiaomi 11i Hyperchrage 5G, Android 11 ଏବଂ MIUI 12.5 ଦ୍ୱାରା ପରିଚାଳିତ । ଏଥିରେ 6.67 inchର Full HD Super Amoled Display ରହିଛି, ଏହାସହ 120 Hzର ରିଫ୍ରେଶ ରେଟ ମଧ୍ୟ ଦେଖିବାକୁ ମିଳିବ । ଯାହର ପିକ୍ ବ୍ରାଇଟନେସ୍ 1200 nits ରହିଛି । ଫୋନରେ MediaTek Dimensity 920 ପ୍ରୋସେସର ଦିଆଯାଇଛି । କ୍ୟାମେରା କହିଲେ ଏଥିରେ ଟ୍ରିପଲ ରିୟର କ୍ୟାମେରା ରହିଛି ପ୍ରାଇମେରୀ ଲେନ୍ସ 108 MP ର ହୋଇଥିବାବେଳେ, 8 MP ର ଅଲ୍ଟ୍ରା ୱାଇଡ ଏବଂ 2 MP ର ମାକ୍ରୋ ସେନ୍ସର ଦିଆଯାଇଛି । ସେଲ୍ଫୀ ପାଇଁ ଫୋନରେ 16 MP ର ଫ୍ରଣ୍ଟ କ୍ୟାମେରା ରହିଛି । ଫୋନର ଷ୍ଟୋରେଜକୁ ୧ ଟିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଫୋନରେ 4,500 mAhର ବ୍ୟାଟେରୀ 120 W ର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । କମ୍ପାନୀ ଏଥିରେ ଚାର୍ଜର ମଧ୍ୟ ଦେଇଛି । କମ୍ପାନୀର ଦାବି ରହିଛି ଏହି ଚାର୍ଜର ଦ୍ୱାରା ଫୋନର ବ୍ୟାଟେରୀ କେବଳ ୧୫ ମିନିଟରେ ୧୦୦ ପ୍ରତିଶତ ଚାର୍ଜ ହୋଇଯିବ । ଏଥିରେ IP 53 ୱାଟର ଏବଂ ଡଷ୍ଟ ପ୍ରୁଫ୍ ମଧ୍ୟ ରହିଛି ।

ସେହିଭଳି Xiaomi 11i 5Gର ଫିଚର୍ସ ସଂପୂର୍ଣ୍ଣ ଭାବେ ସାଓମି ୧୧ ଆଇ ହାଇପରଚାର୍ଜ ୫ଜି ପରି ରହିଛି । କେବଳ ବ୍ୟାଟେରୀରେ ଫରକ ରହିଛ, ସାଓମି ୧୧ ଆଇ ୫ଜି ରେ 5,150 mAh ବ୍ୟାଟେରୀ ରହିଛି ଯାହା 67W ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଦେଖିବାକୁ ମିଳିବ ।

Xiaomi 11i Hyperchrage 5G ର ଦାମ୍ ୨୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି ଯାହା ଏହାର ବେସ୍ ଭ୍ୟାରିଏଣ୍ଟ ୬ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜର ଦାମ୍ । ଅନ୍ୟ ଭ୍ୟାରିଏଣ୍ଟ ୮ ଜିବି+୧୨୮ ଜିବି ଷ୍ଟୋରେଜ ସହ ରହିଛି ଯାହାର ଦାମ୍ ୨୮,୯୯୯ ଟଙ୍କା ରହିଛି ।

Xiaomi 11i 5G ର ୬ ଜିବି+୧୨୮ଜିବି ମଡେଲର ଦାମ ୨୪,୯୯୯ ଟଙ୍କା ରହିଥିବାବେଳେ ଏହାର ୮ ଜିବି+୧୨୮ ଜିବି ଭ୍ୟାରଏଣ୍ଟର ଦାମ୍ ୨୬,୯୯୯ ଟଙ୍କା ରହିଛି । ଏହି ଫୋନ୍ ୧୨ ଜାନୁଆରୀ ଠାରୁ ଉପଲବ୍ଧ ହେବ । ଅଫିସିଆଲ ୱେବସାଇଟ୍, ଫ୍ଲିପକାର୍ଟ ଏବଂ ଅନ୍ୟାନ୍ୟ ଅଫଲାଇନ୍ ଷ୍ଟୋରରୁ ଏହାକୁ କିଣିପାରିବେ ଗ୍ରାହକ ।

Get real time updates directly on you device, subscribe now.