fbpx

ୟୁନେସ୍କୋ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କଲିକତା ଦୁର୍ଗାପୂଜା: ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଲେ ପ୍ରଧାନମନ୍ତ୍ରୀ

ୟୁନେସ୍କୋର ଅନନ୍ୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କଲିକତାର ଦୁର୍ଗାପୂଜା । ଏନେଇ ବୁଧବାର ଘୋଷଣା କରିଛି ୟୁନେସ୍କୋ । ୟୁନେସ୍କୋର ୧୬ତମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ କୁହାଯାଇଛି । ଏହି କାର୍ଯ୍ୟକ୍ରମ ଡିସେମ୍ବର ୧୩ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆୟୋଜିତ ହେଉଛି ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏହା ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦୁର୍ଗା ପୂଜା ଆମର ପରମ୍ପରା ଏବଂ ନୈତିକତାକୁ ଆଲୋକିତ କରେ । କଲିକତାର ଦୁର୍ଗା ପୂଜାର ଅନୁଭବ ସମସ୍ତଙ୍କ ପାଖରେ ରହିବା ଆବଶ୍ୟକ । ଏକ ପ୍ରେସ୍ ବିଜ୍ଞପ୍ତିରେ ୟୁନେସ୍କୋ କହିଛି ଯେ ଦୁର୍ଗା ପୂଜା ହେଉଛି ଧର୍ମ ଏବଂ କଳାକୁ ସର୍ବସାଧାରଣରେ ପ୍ରଦର୍ଶନ । ଏହି ପୂଜା ଭାରତର ସଂସ୍କୃତି, ଐତିହ୍ୟ ଏବଂ ଏକତାକୁ ପ୍ରତିପାଦିତ କରିଥାଏ । ଏହାକୁ ୟୁନେସ୍କୋ ତାଲିକାରେ ଅନ୍ତୁର୍ଭୁକ୍ତ କରିବା ବେଶ୍ ଭଲ ।

ଦୁର୍ଗାପୂଜା ପାଇଁ ଗଙ୍ଗାନଦୀର ମାଟିରେ ମୃଣ୍ମୟୀ ମୂର୍ତ୍ତି ତିଆରି କରିଥାନ୍ତି ମୂର୍ତ୍ତିକାର । ଭାରତରେ ପ୍ରତିବର୍ଷ ଦୁର୍ଗା ପୂଜା ପାଳନ କରାଯାଏ, ତେବେ ସବୁଠାରୁ ଅଧିକ କଲିକତାର ଦୁର୍ଗାପୂଜା ପ୍ରସିଦ୍ଧ । କଲିକତାରେ ଏହା ଦଶ ଦିନ ଧରି ପାଳନ କରାଯାଇଥାଏ ।

Get real time updates directly on you device, subscribe now.