fbpx

ଅର୍କକ୍ଷେତ୍ର ପାଲଟିବ ପ୍ରଥମ ସୋଲାର ଟାଉନ: ସୌରଶକ୍ତିରେ ଆଲୋକିତ ହେବ ସହର

କୋଣାର୍କ: ସାରା କୋଣାର୍କ ସହରକୁ ଏବେ ଆଲୋକିତ କରିବ ସୌରଶକ୍ତି । ରାଜ୍ୟର ପ୍ରଥମ ସହର ଭାବରେ ଅର୍କକ୍ଷେତ୍ର କୋଣାର୍କ ହେବ ସୌର ସହର । ଗୁଜୁରାଟ ଏବଂ ମୋଢେରା ଭଳି ଏବେ କୋଣାର୍କ ଏନଏସି ମଧ୍ୟ ପାଲଟିବ ସୋଲାର ଟାଉନ । ସୂର୍ଯ୍ୟ ମନ୍ଦିର ଏବଂ ଆଖପାଖ ସମସ୍ତ ଅଞ୍ଚଳ ପାଇଁ ସୌର ଶକ୍ତିର ବ୍ୟବସ୍ଥା କରାଯାଉଛି । ଏଥିପାଇଁ କଳାହାଣ୍ଡି ତେନ୍ତୁଳିପଦାରେ ୧୦ ମେଗାୱାଟର ସୌର ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି । ଏ ନେଇ ଗ୍ରୀଡ କର୍ପୋରେସନ ଅଫ ଓଡିଶା ତରଫରୁ ସୂଚନା ଦିଆଯାଇଛି ।

ସୂର୍ଯ୍ୟଦେବଙ୍କ ଉପାସନାସ୍ଥଳ କୋଣାର୍କ ଏବଂ ସୌରଶକ୍ତିର ସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ଏ ନେଇ ୨୦୨୦ରେ ଘୋଷଣା କରାଯାଇଥିଲା । କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ ଲିମିଟେଡଠାରୁ ୨୫ ବର୍ଷ ପାଇଁ ସୌରଶକ୍ତି କିଣିବ ଗ୍ରୀଡକୋ । କିଲୋୱାଟ ପ୍ରତି ୨.୭୭ ଟଙ୍କାରେ ପ୍ରକଳ୍ପରେ ୪୦ରୁ ୪୫ କୋଟି ପୁଞ୍ଜିନିବେଶ କରିବ ସୂର୍ଯ୍ୟନଗରୀ । ତେବେ ୨୦୨୩ ମସିହା ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟତମ ପ୍ରାଚୀନ ସୂର୍ୟ୍ୟ ଉପାସନପୀଠ ଗୁଜରାଟ ମୋଢେରାକୁ ସଂପୂର୍ଣ୍ଣ ସୌରଚାଳିତ କରାଯାଇଛି । ସଂପୂର୍ଣ୍ଣ ସୌରଚାଳିତ ହେବାରେ ଏହା ଦେଶର ପ୍ରଥମ ଗାଁ । ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ । ସୌରପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ଏଠାରେ ଥିବା ସୂର୍ୟ୍ୟମନ୍ଦିର ମଧ୍ୟ ରଙ୍ଗବେରଙ୍ଗରେ ଆଲୋକରେ ଉଦ୍ଭାସିତ ହେଉଛି ।

କେନ୍ଦ୍ର ସରକାରଙ୍କ ଗଘଜଓ ସ୍କିମ୍ ଅନ୍ତର୍ଗତ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବ କୋଣାର୍କ ସୂର୍ୟ୍ୟନଗରୀ । ପ୍ରାଇଭେଟ୍ ଲିମିଟେଡ୍ ନାମକ କନ୍‌ସୋର୍ଟିୟମ ଏଠାରୁ ଉତ୍ପାଦନ ହେବାକୁ ଥିବା ସୌରଶକ୍ତି ଷ୍ଟେଟ୍ ଗ୍ରୀଡ୍ ସହ ଯୋଡ଼ିହେବ, ଯାହାକି କୋଣାର୍କ ସୋଲାରାଇଜେସନ୍ ପ୍ରକଳ୍ପ ପାଇଁ ବ୍ୟବହାର ହେବ । ଏଥିପାଇଁ ନିକଟରେ ଗ୍ରୀଡ୍‌କୋ ସହ ଶକ୍ତି କ୍ରୟ ଚୁକ୍ତି ବା ପିପିଏ ସ୍ୱାକ୍ଷର କରିଛି କୋଣାର୍କ ସୂର୍ୟ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍ ।

Get real time updates directly on you device, subscribe now.