fbpx

Video: ଗୁଜୁରାଟରେ ପାରାଗ୍ଲାଇଡିଂ ବେଳେ ଦୁର୍ଘଟଣା, କୋରିଆ ବ୍ୟକ୍ତିଙ୍କ ଭୟଙ୍କର ମୃତ୍ୟୁ

ମେହସାଣା: ଗୁଜୁରାଟର ମେହସାଣା ଜିଲ୍ଲାରେ ଶନିବାର ଦିନ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଭିସାଟପୁରା ଗ୍ରାମ ବିଦ୍ୟାଳୟ ପଡ଼ିଆରେ ପାରାଗ୍ଲାଇଡିଂ କରୁଥିବା ବେଳେ କୋରିଆର ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ସନ୍ଧ୍ୟା ପ୍ରାୟ ୫ଟା ୩୦ଟା ସମୟରେ ୫୦ ଫୁଟ ଉଚ୍ଚତାରୁ ଭୂମି ଉପରେ ପଡ଼ିଯାଇଥିଲେ । ମୃତକଙ୍କ ପରିଚୟ ସଚିନ ୱାଇଙ୍ଗ ମୁନ୍ ବୋଲି କୁହାଯାଉଛି ।

କଡି ପୋଲିସ୍ ଷ୍ଟେସନର ଇନ୍ସପେକ୍ଟର ନିକୁଞ୍ଜ ପଟେଲ କହିଛନ୍ତି ଯେ, ଯେତେବେଳେ ୱାଇଙ୍ଗ ବାୟୁରେ ୫୦ ଫୁଟ ଉଚ୍ଚରେ ଥିଲେ, ସେତେବେଳେ ତାଙ୍କ ପାରାଗ୍ଲାଇଡରର ଉପର ଠିକ୍ ଭାବେ ଖୋଲି ନଥିଲା । ଏହା ଫଳରେ ସେ ନିୟନ୍ତ୍ରଣ ହରାଇ ବସିଥିଲେ । ତଳେ ପଡ଼ିଯିବାରୁ ୱାଇଙ୍ଗଙ୍କ ସାଙ୍ଗମାନେ ତାଙ୍କ ପାଖକୁ ଯାଇଥିଲେ ଓ ତାଙ୍କୁ ବେହୋସ୍ ଅବସ୍ଥାରେ ମେଡିକାଲ ନେଇଥିଲେ । କିନ୍ତୁ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଡାକ୍ତରଙ୍କ କହିବାନୁସାରେ, ହୃଦଘାତ ଯୋଗୁଁ ୱାଇଙ୍ଗଙ୍କ ମୃତ୍ୟୁ ହୋଇଛି । ଇନ୍ସପେକ୍ଟର ନିକୁଞ୍ଜ ପଟେଲ କହିଛନ୍ତି ଯେ, ୱାଇଙ୍ଗ ଭଡୋଦରା ବୁଲିବାକୁ ଆସିଥିଲେ । ସେ ଏବଂ ତାଙ୍କ କୋରିଆ ବନ୍ଧୁ ଶନିବାର ସନ୍ଧ୍ୟାରେ ଅନ୍ୟ ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ବିଶାଟପୁରା ଗ୍ରାମକୁ ଆସିଥିଲେ । ଏହା ପରେ ସେ ପାରାଗ୍ଲାଇଡିଂ ପାଇଁ ଯାଇଥିଲେ ।

ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଭାବେ ନଜର ଆସିଛି କି, ପାରାଗ୍ଲାଇଡର୍ ତାଙ୍କୁ ଏକ ଉଚ୍ଚତାକୁ ନେଇ ଯାଇଥିଲା ଏବଂ ତା’ପରେ ପାରାଚ୍ୟୁଟ୍ ଭାଙ୍ଗିବା କାରଣରୁ ତାଙ୍କର ଭାରସାମ୍ୟ ଖରାପ ହୋଇଯାଇଥିଲା । ଏହି ଦୁର୍ଘଟଣା ଘଟିବା ପରେ ସେଠାରେ ବହୁତ ଭିଡ଼ ଜମିଥିଲା । କାଡି ପୋଲିସ ଷ୍ଟେସନରେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.