fbpx

କେରଳରେ କରୋନା ରୋଗୀ ଚିହ୍ନଟ

କେରଳ,୩୦ ।୧: ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍‌ ବର୍ତ୍ତମାନ ସୁଦ୍ଧା ୧୭୦ ଜଣଙ୍କର ଜୀବନ ନେଇସାରିଲାଣି । ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ନୂଆ ୧,୭୩୭ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ କେରଳରେ ଚିହ୍ନଟ ହୋଇଛି ନାଭେଲ କରୋନା ଭୂତାଣୁ । କେରଳର ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ଛାତ୍ରଙ୍କୁ ହସ୍ପିଟାଲରେ ରଖାଯାଇ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିରୀକ୍ଷଣ କରୁଛନ୍ତି । ତେବେ ଛାତ୍ର ଜଣକ ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ପଢି ଘରକୁ ଫେରିଥିଲେ ବୋଲି ଜଣାପଡିଛି ।

Get real time updates directly on you device, subscribe now.