fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲା, ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ, ୩୦ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର ଆଜି କ୍ୟୁରେଟିଭ ପିଟିସନ ଖାରଜ ହୋଇଥିବା ସୂଚନା ମିଳିଛି ।
ପୂର୍ବରୁ ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ଗତ ୧୪ତାରିଖ ଦିନ କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଥିଲା । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠରେ ଏହି ଆବେଦନକୁ ଖାରଜ କରାଯାଇଥିଲା । ଏହି ଆବେଦନ ଖାରଜ ପରେ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିିଥିଲା ।
ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଗୃହମନ୍ତ୍ରଣାଳୟ ପଠାଇବା ପରେ ରାଷ୍ଟ୍ରପତି ଏହାକୁ ଖାରଜ କରିଥିଲେ । ସେନେଇ ଫାଶୀ ତାରିଖ ଘୁଞ୍ଚି ନୂଆ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ । ଫେବୃଆରୀ ୧ ସକାଳ ୬ଟାରେ ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।ଫାଶୀ ଖୁଣ୍ଟରେ ଝୁଲିବେ ଦୋଷୀ ମୁକେଶ, ଅକ୍ଷୟ, ବିନୟ ଓ ପୱନ ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୨୨ ତାରିଖରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବା ନେଇ ଧାର୍ୟ୍ୟ କରାଯାଇଥିଲା । ସକାଳ ୭ଟାରେ ସେମାନଙ୍କୁ ଫାଶୀ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଜାନୁଆରି ୭ ତାରିଖରେ ମୃତ୍ୟୁ ପରୱାନା ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି ।

Get real time updates directly on you device, subscribe now.