fbpx

ବରଯାତ୍ରୀ ସହ ରାଜସ୍ଥାନରେ ପହଞ୍ଚିଲେ ତାଇୱାନ୍ କନିଆ

କୋଟା,୪ ।୨: କୁହାଯାଏ, ପ୍ରେମରେ ପଡିଲେ ଲୋକେ ସାତ ସମୁଦ୍ର ବି ପାର୍ କରି ଆସିପାରନ୍ତି । ଏପରି ଏକ ସତ୍ୟ ଘଟଣା କୋଟାରେ ଦେଖିବାକୁ ମିଳିଛି । ନିକଟରେ କୋଟା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ବିବାହ ହୋଇଥିବା, ଯାହାକୁ ନେଇ ଅଞ୍ଚଳରେ ଖୁବ୍ ଚର୍ଚ୍ଚା । ତାଇୱାନର ଇନ ୟୁ ଭାରତର ନିତିନ ଗୁପ୍ତାଙ୍କୁ ପ୍ରେମ କରିବା ସହ ତାଙ୍କୁ ବିବାହ କରିଛନ୍ତି ।

ତେବେ କୋଟା ଅଞ୍ଚଳର ନିବାସୀ ନିତିନ ଗୁପ୍ତା ୪ ବର୍ଷ ପାଇଁ ଜାପାନର ଏକ ସପ୍ଟୱେୟର କମ୍ପାନୀରେ ଚାକିରି କରୁଥିଲେ । ତାଇୱାନର ଯୁବତୀ ଇନ ୟୁ ମଧ୍ୟ ସେହି କମ୍ପାନୀରେ ଚାକିରି କରୁଥିଲେ । ଚାକିରି ସମୟରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହ ଦୁହେଁ ଦୁଡିଁଙ୍କ ପରିବାରକୁ ମଧ୍ୟ ବିବାହ ପାଇଁ ମନାଇଥିଲେ ।

ଇନ ୟୁ ହିନ୍ଦୁ ପରମ୍ପରା ବିଷୟରେ ପୂର୍ବରୁ କିଛି ଜାଣିଥିଲେ । ବିବାହ ପାଇଁ ଇନ ୟୁ ତାଇୱାନରୁ ୧୫ ସମ୍ପର୍କୀୟ ବରଯାତ୍ରୀ ନେଇ ସହ କୋଟାରେ ପହଞ୍ଚି ନିତିନଙ୍କ ସହ ବିବାହ ରଚିଥିଲେ ।

Get real time updates directly on you device, subscribe now.