fbpx
BSKY
BJD SHG SKY
BJD MC SKY

କୋଟିଆ ଚାଲ୍ ନାକାମ ପରେ ବନ୍ଧୁଗାଁ ଉପରେ ଆନ୍ଧ୍ରର ଲୋଲୁ ଦୃଷ୍ଟି, ଲୋକଙ୍କୁ ନିଜ ଆଡକୁ ନେବା ପାଇଁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଉଛି…

ଲକ୍ଷ୍ମୀପୁର,(ଭାସ୍କର ନ୍ୟୁଜ):କୋରାପୁଟ ଜିଲ୍ଲାର ମାଓ ଅଧ୍ୟୁସିତ ରୁପେ ପରିଚିତ ବନ୍ଧୁଗାଁ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ସରକାରଙ୍କ ପ୍ରତ୍ୟେକ ଯୋଜନାରୁ ବଞ୍ଚିତ ଅଛନ୍ତି । ବ୍ଲକରେ ଏମ୍‌ଜିଏନ୍‌ଆରଜିଏ କାର୍ଯ୍ୟ ପୁରା ଫେଲ୍‌ ଥିବାରୁ ଲୋକେ କାମଧନ୍ଦା ନପାଇ ବଡ଼ ଅସୁବିଧାର ସମୁଖିନ ହେଉଛନ୍ତି । ବର୍ତ୍ତମାନ ସୁଧା ସେସବୁ ଗ୍ରାମରେ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ପହଞ୍ଚି ପାରିନି । କାମଧନ୍ଦା ନପାଇ ଲୋକେ ବାଧ୍ୟହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ଜାହାର ଫାଇଦା ଆନ୍ଧ୍ର ସରକାର ମାରିବାକୁ ବସିଛି । କୋଟିଆ ଉପରେ ଆନ୍ଧ୍ର ପ୍ରଦେଶର ନଜରକୁ ନେଇ ଓଡ଼ିଶା ସରକାର ନାକେଦମ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ବିବାଦ ମୁଣ୍ଡ ଟେକିଚି ।

କୋଟିଆର ସବୁ ଚାଲ୍‌ ନାକାମ ହେଲାରୁ ବନ୍ଧୁଗାଁ ବ୍ଲକ ଉପରେ ଏବେ ଆନ୍ଧ୍ର ପ୍ରଦେଶର ଲୋଲୁ ଦୃଷ୍ଟି ପଡିଛି । ଆନ୍ଧ୍ର ସିମାନ୍ତକୁ ଲାଗିକି ଥିବା ବନ୍ଧୁଗାଁ ବ୍ଲକ କମ୍ଭୁଗାଣ୍ଡା ପଞ୍ଚାୟତର ଟାଙ୍କୁ,ପୁର ତୁରୁକୁ, କୋଷୁ ଓ ଜାଡବା ଗ୍ରାମରେ ଏବେ ଆନ୍ଧ୍ର ପ୍ରଦେଷର କିଛି ସରକାରି ଅଧିକାରିଙ୍କ ଚଳପ୍ରଚଳ ଦେଖାଦେଇଛି । ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଆନ୍ଧ୍ରରେ ମିଶିବାକୁ ବାଧ୍ୟ କରାଉଥିବା ଶୁଣିବାକୁ ମିଳିଛି । ସମସ୍ତିଙ୍କୁ ଆବାସ ଯୋଜନାରେ ଘର, ଭତ୍ତା, ରାସ୍ତା, ସ୍କୁଲ, ଶିକ୍ଷିତ ପିଲାଙ୍କୁ ସରକାରୀ ଚାକିରି, କୃଷି ରୁଣ, ଜମି ନଥିବା ଲୋକଙ୍କୁ ଜମିର ସାହାଯ୍ୟ ଭଳି ଅନେକ ପ୍ରକାରର ପ୍ରଲୋଭନ ଦେଖାଉଥିବା ବେଳେ ଲୋକେ ଏବେ ଆନ୍ଧ୍ର ଆଡେ ମୁହାଁଇଛନ୍ତି ।

ଏସବୁ ଦୁର୍ଗମ ଅଞ୍ଚଳରେ ବିକାଶର ଧାରା ପୁରା ଓଡ଼ିଶା ସରକାରଙ୍କ କୌଣସି ଯୋଜନା ଏସବୁ ଗ୍ରାମରେ ପହଞ୍ଚିନି । ଏପରିକି ଏସମସ୍ତ ଗ୍ରାମବାସି ଆନ୍ଧ୍ରର ବିଜୁଳି ଜାଳୁଥିବା ଦେଖିବାକୁ ମିଳିଛି । ପ୍ରସାସନର ଅପାରଗତାକୁ ସବୁ ମହଲରେ ଦାଇ କରାଜାଇଛି । ପ୍ରଶାସନର ଅବହେଳା ପାଇଁ କୋଟିଆ ଭଳି ଏବେ ବନ୍ଧୁଗାଁ ବ୍ଲକ ମଧ୍ୟ ହାତରୁ ଖସିଜିବାକୁ ବସିଛି । ଖବରପାଇ ଆଜି ବନ୍ଧୁଗାଁ ବିଡ଼ିଓ ଦେବେନ୍ଦ୍ର କୁମାର କୋଣ୍ଡାଗିରିଙ୍କ ସହ ଏକ ଟିମ ଡେରିରେ ହେଉ ପଛେ ଆନ୍ଧ୍ରର ପ୍ରତ୍ୟେକ ଚାଲ୍‌କୁ ନାକାମ କରିବା ପାଇଁ ଉକ୍ତ ଗ୍ରାମଗୁଡିକୁ ପରିଦର୍ଷନ କରିଛନ୍ତି । ବର୍ଷାହେବା ଫଳରେ ଅନ୍ୟ କୌଣସି ଗାଁକୁ ଯାଇନପାରି କେବଳ ତୁରୁକ ଗ୍ରାମର ଲୋକଙ୍କ ସହ ଆଲୋଚନା କରି ଫେରି ଆସିଛନ୍ତି । ଏବେଠାରୁ ଯଦି ସିମାନ୍ତବର୍ତ୍ତିି ଅଞ୍ଚଳ ପ୍ରତି ପ୍ରଶାସନର ଦୃଷ୍ଟି ନପଡେ ତେବେ ଆଗାମି ଦିନରେ କୋଟିଆଭଳି ବଡ଼ ସମସ୍ୟା ଛିଡା ହେବାକୁ ବେଶି ସମୟ ଲାଗିବନି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.