fbpx

ପୁଣି ଆନ୍ଧ୍ରର ଦାଦାଗିରି: ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଆନ୍ଧ୍ରର ଦାଦାଗିରି ଆରମ୍ଭ ହୋଇଛି । କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପଞ୍ଚାୟତ ନିର୍ବାଚନ ପରେ ଏବେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ । ଆସନ୍ତା ୮ ତାରିଖରେ ନିର୍ବାଚନ ହେବ ଓ ୧୦ରେ ଭୋଟ ଗଣତି ହେବ ବୋଲି ଜଣାପଡ଼ିଛି ।

ପୂର୍ବରୁ କୋଟିଆକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ଆନ୍ଧ୍ର ସରକାର କୋଟିଆରେ କିଛି ଅଞ୍ଚଳରେ ନିର୍ବାଚନ କରାଇଥିଲେ ।

ଫଳରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.