fbpx

ଆସନ୍ତାକାଲି ‘କୋଟିଆ’ ମାମଲାର ଶୁଣାଣି

AAKASH

ନୂଆଦିଲ୍ଲୀ,୧୧ ।୨: ସୁପ୍ରିମକୋର୍ଟରେ ଆସନ୍ତାକାଲି ‘କୋଟିଆ’ ମାମଲରେ ଶୁଣାଣି ହେବ । ଓଡିଶାର ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । କାଲି ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଜରୁରୀ ଶୁଣାଣି ପାଇଁ ଓଡିଶା ଆବେଦନ କରିଥିଲା । କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯାଇଛି ଓଡିଶା । ଆନ୍ଧ୍ର ଅଦାଲତ ଆଦେଶ ଅବମାନନା କରୁଥିବା ଓଡିଶା ଦର୍ଶାଇଛି । ସୀମା ବିବାଦ ନେଇ ୧୯୬୮ ଓ ୨୦୦୬ରେ ସ୍ଥିତାବସ୍ଥା ଜାରି କରିଥିଲେ କୋର୍ଟ ।

ତେବେ ଗଞ୍ଜାମ, କୋରାପୁଟ ଓ ଗଜପତି ରେ ନିର୍ବାଚନ କରିବାକୁ ଆନ୍ଧ୍ର ପ୍ରୟାସ କରୁଛି । ୫୮ ଗାଁରେ ଆନ୍ଧ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରୟାସ କରୁଛି ।

Get real time updates directly on you device, subscribe now.