fbpx
BSKY
BJD YOUTH SKY
BJD MS SKY

ପରକୀୟା ପ୍ରୀତିରୁ ମୁଣ୍ଡକାଟ!

ଭୁବନେଶ୍ୱର,୧୧ ।୨: ଭୁବନେଶ୍ୱର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ହତ୍ୟା ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଧରି ପଚରାଉଚରା ଜାରି ରଖିଛି ପୋଲିସ । ଧରାପଡିଥିବା ୨ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସମ୍ପର୍କ ଥିଲା । ୨ ଜଣଙ୍କ ସହ ସମ୍ପର୍କ ରଖିଥିବାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡର କାରଣ ପ୍ରେସମିଟରେ ଖୁଲାସା କରିବ ପୋଲିସ । ଏହି ମାମଲାରେ ଚନ୍ଦକା ଥାନାରେ ପହଞ୍ଚିଛନ୍ତି ଭୁବନେଶ୍ୱର ଡିସିପି ଓ ଫୋରେନ୍ସିକ ଟିମ୍ ।

ତେବେ ଗତ ୪ ତାରିଖ ଦିନ ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ମହିଳାଙ୍କୁ ଆଣି ଏହିଠାରେ ହତ୍ୟା କରାଯାଇଛି ନା ବାହାରେ ହତ୍ୟାକରି ମହିଳାଙ୍କୁ ଏଠାରେ ଫୋପାଡି ଦିଆଯାଇଛି ତାର ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ ।

Get real time updates directly on you device, subscribe now.