fbpx
BJD
BJD SKY
BJD SKY

କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

BJD

ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ଏଏସ୍ ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ । ଗତକାଲି ଆନ୍ଧ୍ର ପକ୍ଷରୁ ଓଡ଼ିଶା ଅଦାଲତ ଅବମାମନା ଅଭିଯୋଗ ସମ୍ପର୍କିତ ପିନିଟସ୍ ଉପରେ ଜବାବ ଦାଖଲ କରାଯାଇଥିଲା । ତେବେ କୋର୍ଟଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆନ୍ଧ୍ରକୁ ଘେରିବା ପାଇଁ ଓଡ଼ିଶା ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଓଡ଼ିଶା ସରକାରଙ୍କ ଅଧିକାରୀଗଣ କୋଟିଆ ଅଞ୍ଚଳରେ ରାଜ୍ୟର ଅଧିକାର ସମ୍ପର୍କିତ ତଥ୍ୟ ଓ ଦସ୍ତାବିଜ ସାଙ୍ଗରେ ଧରି ଦିଲ୍ଲୀରେ ପହଞ୍ଚିଥିଲେ । ଅଧିକାରୀ ଓ ଓକିଲ ଟିମ୍ ମିଶି ରଣନୀତି ପ୍ରସ୍ତୁତ କରିବେ । ଓଡ଼ିଶା ସରକାର ତରବର ନ ହୋଇ ଭାବିଚିନ୍ତି ପଦକ୍ଷେପ ନେବା ବିଶେଷଜ୍ଞ ମତ ଦେଇଛନ୍ତି । ଆନ୍ଧ୍ର ସରକାର କୋଟିଆର ୩ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନ ପ୍ରକ୍ରିୟା ଶେଷ କରିସାରିଛନ୍ତି ।

Get real time updates directly on you device, subscribe now.